ଓଡିଶା

odisha

ETV Bharat / bharat

JEE-NEET ପରୀକ୍ଷାର୍ଥୀଙ୍କ ପାଇଁ ଲଞ୍ଚ୍ ହେଲା ନ୍ୟାସନାଲ୍ ଟେଷ୍ଟ ‘ଅଭ୍ୟାସ ଆପ୍’ - ନ୍ୟାସନାଲ୍ ଟେଷ୍ଟ ‘ଅଭ୍ୟାସ ଆପ୍’

ଗତ ଦୁଇ ଦିନ ମଧ୍ୟରେ ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ଦୁଇଟି ବଡ ନିଷ୍ପତ୍ତି ନେଇଛନ୍ତି । ଉଭୟ ନିଷ୍ପତ୍ତି ଦେଶର ଦୁଇଟି ବଡ ପରୀକ୍ଷା ସହିତ ଜଡିତ ।

NEET JEE main aspirants
JEE-NEET ପରୀକ୍ଷାର୍ଥୀ

By

Published : May 20, 2020, 11:05 AM IST

ନୂଆଦିଲ୍ଲୀ: ଗତ ଦୁଇ ଦିନ ମଧ୍ୟରେ ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ଦୁଇଟି ବଡ ନିଷ୍ପତ୍ତି ନେଇଛନ୍ତି । ଉଭୟ ନିଷ୍ପତ୍ତି ଦେଶର ଦୁଇଟି ବଡ ପରୀକ୍ଷା ସହିତ ଜଡିତ ।

ଚଳିତ ବର୍ଷ ଏପର୍ଯ୍ୟନ୍ତ 9 ଲକ୍ଷ ଛାତ୍ର JEE ମେନ୍ 2020 ପାଇଁ ଆବେଦନ କରିଛନ୍ତି । ଯଦି ବା ଆପଣ ଏପର୍ଯ୍ୟନ୍ତ ଆବେଦନ କରିନାହାଁନ୍ତି ତେବେ ଆପଣଙ୍କ ପାଇଁ ଏଚଆରଡି ମନ୍ତ୍ରଣାଳୟ ଆଉ ଏକ ସୁଯୋଗ ଆଣିଛି । JEE ମେନ୍ 2020 ପାଇଁ ଆବେଦନ ୱିଣ୍ଡୋ ପୁନଃ ଖୋଲାଯାଇଛି ।

ନୂତନ ବିଜ୍ଞପ୍ତି ଅନୁଯାୟୀ, ଜାତୀୟ ପରୀକ୍ଷା ଏଜେନ୍ସି ଯଥା ଏନଟିଏର ନୂଆ ନୋଟିସ ଅନୁଯାୟୀ, 24 ମେ 2020 ସୁଦ୍ଧା JEE ମେନ୍ 2020 ପାଇଁ ଆବେଦନ ଗ୍ରହଣ କରାଯିବ । ଏହାସହ 18 ଜୁଲାଇରୁ 23 ଜୁଲାଇ 2020 ମଧ୍ୟରେ JEE ମେନ୍ ପରୀକ୍ଷା ଅନୁଷ୍ଠିତ ହେବ ।

ଏଚଆରଡି ମନ୍ତ୍ରୀ ରମେଶ ପୋଖରିଆଲ ଏକ ନୂଆ ନ୍ୟାସନାଲ ଟେଷ୍ଟ ଆପ୍ଲିକେସନ ‘ଅଭ୍ୟାସ ଆପ୍’ ଆରମ୍ଭ କରିଛନ୍ତି। ଏହା ଛାତ୍ରମାନଙ୍କୁ JEE ମେନ୍ ଓ NEET ପରୀକ୍ଷା ପାଇଁ ପ୍ରସ୍ତୁତ କରିବାରେ ସାହାଯ୍ୟ କରିବ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ଲକଡାଉନରେ ପରୀକ୍ଷା ପ୍ରସ୍ତୁତିରେ ସାହାଯ୍ୟ କରିବାକୁ ଅନେକ ଛାତ୍ରଙ୍କ ନିକଟରେ ତାଙ୍କର ଅନୁରୋଧ ଥିଲା। ଏହି ପ୍ରାର୍ଥନାକୁ ଦୃଷ୍ଟିରେ ରଖି ଏହି ନୂତନ ଆପ୍ଲିକେସନ୍ ପ୍ରସ୍ତୁତ କରାଯାଇଛି ।

ଏହି ମୋବାଇଲ୍ ଆପ୍ଲିକେସନ୍ କେବଳ ଆଣ୍ଡ୍ରଏଡ୍ ପ୍ଲାଟଫର୍ମ ପାଇଁ ଲଞ୍ଚ କରାଯାଇଛି । ଏହା ଗୁଗୁଲ୍ ପ୍ଲେଷ୍ଟୋରରୁ ଡାଉନଲୋଡ୍ ହୋଇପାରିବ । ଏହି ଆପ ଜରିଆରେ ଛାତ୍ରଛାତ୍ରୀ ପ୍ରତିଦିନ ମକ୍ ଟେଷ୍ଟ ଦେଇପାରିବେ । ଟେଷ୍ଟ ପରେ ପ୍ରଶ୍ନର ସମ୍ପୁର୍ଣ୍ଣ ବିବରଣୀ ଯୋଗାଇଦିଆଯିବ ।

ABOUT THE AUTHOR

...view details