ହାଇଦ୍ରାବାଦ: ଇନଷ୍ଟାଣ୍ଟ ମେସେଜିଂ ଆପ୍ ଟେଲିଗ୍ରାମରେ ଯୋଡି ହେବାକୁ ଯାଉଛି କିଛି ନୂଆ ଅପଡେଟ । ବର୍ତ୍ତମାନ ସମୟରେ ନିଆଁ ବେଗରେ ବ୍ୟାପିଥିବା ଗ୍ରୁପ କଲ୍ ଟ୍ରେଣ୍ଡକୁ ଏବେ ନିଜ ଫିଚର ଲିଷ୍ଟରେ ସାମିଲ କରିବାକୁ ଯାଉଛି ଟେଲିଗ୍ରାମ । ଚଳିତବର୍ଷ ଶେଷ ସୁଦ୍ଧା ଏହି ଫିଚର ରୋଲ ଆଉଟ କରିବା ନେଇ ଘୋଷଣା କରିଛି କମ୍ପାନୀ ।
ଟେଲିଗ୍ରାମରେ ନୂଆ ଫିଚର, ଆସୁଛି ସୁରକ୍ଷିତ ଭିଡିଓ କଲ - ଜୁମକୁ ଟେଲିଗ୍ରାମର ଟକ୍କର
ଇନଷ୍ଟାଣ୍ଟ ମେସେଜିଂ ଆପ୍ ଟେଲିଗ୍ରାମରେ ଯୋଡି ହେବାକୁ ଯାଉଛି କିଛି ନୂଆ ଅପଡେଟ । ବର୍ତ୍ତମାନ ସମୟରେ ନିଆଁ ବେଗରେ ବ୍ୟାପିଥିବା ଗ୍ରୁପ କଲ୍ ଟ୍ରେଣ୍ଡକୁ ଏବେ ନିଜ ଫିଚର ଲିଷ୍ଟରେ ସାମିଲ କରିବାକୁ ଯାଉଛି ଟେଲିଗ୍ରାମ । ଅଧିକ ପଢ଼ନ୍ତୁ...
କମ୍ପାନୀର କହିବା ଅନୁଯାୟୀ 2013 ମସିହାରେ ମେସେଜିଂର ଯେପରି ଏକ କ୍ରେଜ ଓ ଟ୍ରେଣ୍ଡ ଆରମ୍ଭ ହୋଇଥିଲା, ଠିକ୍ ସେହିପରି 2020 ମସିହାରେ ଟ୍ରେଣ୍ଡ ପାଲଟିଛି ଭିଡିଓ କଲ । ଲକଡାଉନ ସମୟରେ ଏହାର ସର୍ବାଧିକ ଡିମାଣ୍ଡ ରହିଥିବା ବେଳେ ଏପରି ଅନେକ ଆପ ରହିଛି ଯିଏ ଗ୍ରୁପ ଭିଡିଓ କଲ ପାଇଁ ରୋଲ ଆଉଟ କରିଛି ଅନେକ ଫିଚର । ସେ ସୁରକ୍ଷିତ ହେଉ କିମ୍ବା ବ୍ୟବହାର ଯୋଗ୍ୟ । ଏହି ଦୁଇଟି ମଧ୍ୟରୁ ଯେକୌଣସି ଗୋଟିଏ ପାଳନ କରିବାରେ ସକ୍ଷମ ଏହି ସବୁ ଆପ୍ସ । ହେଲେ ଉଭୟ କ୍ଷେତ୍ରରେ ଆଜି ଯାଏଁ କୌଣସି ଆପ୍ ପାରଦର୍ଶିତା ଦେଖାଇପାରିନାହିଁ । ଯାହାକୁ ପୂରଣ କରିବ ଟେଲିଗ୍ରାମ ।
ବର୍ତ୍ତମାନ ସୁଦ୍ଧା ଟେଲିଗ୍ରାମ ଏହି ରୋଲ ଆଉଟ କିଛି ସ୍ପଷ୍ଟ ସୂଚନା ଦେଇ ନଥିଲେ ମଧ୍ୟ ଏହା ଜୁମକୁ ଏକ କଡା ଟକ୍କର ଦେବ ବୋଲି ସ୍ପଷ୍ଟ ଅନୁମେୟ । ଗୋଟିଏ ପଟେ ଜୁମ ବିଭିନ୍ନ ପ୍ରାଇଭେସି ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଟେଲିଗ୍ରାମ ଏହାର ସମାଧାନ ସହ ନୂଆ ଭିଡିଓ କଲିଂ ଫିଚର ରୋଲ ଆଉଟ କରିବା ନେଇ ଜଣା ପଡିଛି । ସେପଟେ ବିଶ୍ବରେ ନିଜର 400 ମିଲିୟନ ୟୁଜର୍ସ ଥିବା ଟେଲିଗ୍ରାମ ଦୃଢୋକ୍ତି ଦେଇଥିବା ବେଳେ ଦୈନିକ ପ୍ରାୟ 1.5 ଲକ୍ଷ ନୂଆ ୟୁଜର୍ସ ଟେଲିଗ୍ରାମରେ ସାଇନ ଅପ କରୁଥିବା ଜଣା ପଡିଛି ।