ଚେନ୍ନାଇ: ସୁପରଷ୍ଟାର ରଜନୀକାନ୍ତ ଗୁରୁବାର ନିଜ ଦଳ ଗଢିବା ନେଇ ସ୍ପଷ୍ଟ କରିଛନ୍ତି । ଏହି ଅବସରରେ ସେ କେବେବି ତାମିଲନାଡୁର ମୁଖ୍ୟମନ୍ତ୍ରୀ ହେବାକୁ ଇଚ୍ଛା କରିନାହାଁନ୍ତି ବୋଲି କହିଛନ୍ତି । ଏହାସହ ରାଜ୍ୟକୁ ଏକ ଉଚ୍ଚଶିକ୍ଷିତ ମୁଖ୍ୟମନ୍ତ୍ରୀର ଆବଶ୍ୟକ ବୋଲି ସେ ଦର୍ଶାଇଛନ୍ତି ।
ସେହିପରି ସେ ପରିକଳ୍ପନା କରିଥିବା ଦଳରେ ଅଧିକାଂଶ 45 ବର୍ଷରୁ କମ୍ ଯୁବବର୍ଗଙ୍କ ନେତୃତ୍ବ ରହିବ । ଏଥି ସହିତ ଅବସରପ୍ରାପ୍ତ ଜଜ୍, ଆଇଏସ ଅଫିସର ଓ ଆଇପିଏସ୍ ଅଫିସର ରହିବେ ବୋଲି ରଜନୀକାନ୍ତ ଉଲ୍ଲେଖ କରିଛନ୍ତି ।