ଓଡିଶା

odisha

ETV Bharat / bharat

ଚାଷୀଙ୍କ ପାଇଁ ଦେବଦୂତ ସାଜିଲେ ସିଆରପିଏଫ ଯବାନ - ସିଆରପିଏଫ ଯବାନ

ଛତିଶଗଡ ସରଗୁଜା ଜିଲ୍ଲାରେ ଜଣେ ଗରିବ ଚାଷୀଙ୍କ ଝିଅର ଚିକିତ୍ସା ପାଇଁ ରକ୍ତଦାନ କରି ନିଜର ମାନବିକତା ପରିପ୍ରକାଶ କରିଛନ୍ତି ସିଆରପିଏଫ ଯବାନ ।

jawan donate blood
ଚାଷୀଙ୍କ ପାଇଁ ଦେବଦୂତ ସାଜିଲେ ସିଆରପିଏଫ ଯବାନ

By

Published : Sep 7, 2020, 10:59 AM IST

ରାୟପୁର: ଚାଷୀଙ୍କ ପାଇଁ ଦେବଦୂତ ସାଜିଲେ ସିଆରପିଏଫ ଯବାନ । ଛତିଶଗଡ ସରଗୁଜା ଜିଲ୍ଲାରେ ଜଣେ ଗରିବ ଚାଷୀଙ୍କ ଝିଅର ଚିକିତ୍ସା ପାଇଁ ରକ୍ତଦାନ କରି ନିଜର ମାନବିକତା ପରିପ୍ରକାଶ କରିଛନ୍ତି ସିଆରପିଏଫ ଯବାନ ।

ସିଆରପିଏଫ ଅଧିକାରୀଙ୍କ ଅନୁଯାୟୀ, ଅମ୍ବିକାପୁରର ରମେଶ କୁମାର ନାମକ ଜଣେ ବ୍ୟକ୍ତି ସିଆରପିଏଫ ଅଧିକାରୀଙ୍କ ନିକଟରେ ପହଞ୍ଚି ତାଙ୍କ ଝିଅର ଚିକିତ୍ସା ପାଇଁ ତୁରନ୍ତ ରକ୍ତ ଆବଶ୍ୟକ ବୋଲି କହିଥିଲେ ।

ତେବେ 14 ବର୍ଷ ବାଳିକାଙ୍କ ସ୍ବାସ୍ଥ୍ୟବସ୍ଥା ସମ୍ପର୍କରେ ବରିଷ୍ଠ ଅଧିକାରୀଙ୍କ ଦ୍ବାରା ସୂଚନା ପାଇ 62 ତମ ବାଟାଲିଆନର କନଷ୍ଟେବଳ ସରଭଜୀତ୍ ବାଳିକାଙ୍କୁ ରକ୍ତଦାନ କରିଥିଲେ । ତେବେ ଯବାନଙ୍କର ଏପରି ମାନବିକତା କାର୍ଯ୍ୟ ପାଇଁ ଗର୍ବିତ ଥିବା ସିଆରପିଏଫ ଅଧିକାରୀ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details