ହାଇଦ୍ରାବାଦ:ଆମେ ସମସ୍ତେ ସେହି ହିରୋଙ୍କ ଭଲ ପାଇଥାଉ ଯିଏ ଲୋକମାନଙ୍କୁ ସାହାଯ୍ୟ କରିବା ସହିତ ତାଙ୍କର ଅଦମ୍ୟ ପ୍ରୟାସକୁ କେବେ ହେଲେ ଲୋକଲୋଚନକୁ ଆଣିବା ପାଇଁ ଉଦ୍ୟମ କରିନଥାନ୍ତି । ସେହି ବ୍ୟକ୍ତିତ୍ବ ଜଣକ ଗୁପ୍ତ ଭାବରେ ଦୁନିଆକୁ ବଞ୍ଚାଇଥାଏ କିନ୍ତୁ ତାଙ୍କ ଉଦ୍ୟମ ପାଇଁ କଦାପି ସ୍ୱୀକୃତି ପାଇନଥାଏ । ତେବେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଏହିଭଳି ବ୍ୟକ୍ତିତ୍ବର ଅଧିକାରୀ ଥିଲେ । ସେ ଦେଶକୁ ସ୍ବାଧୀନତା ଯୋଗାଇବା ପାଇଁ ନିଜ ଜୀବନକୁ ଉତ୍ସର୍ଗୀକୃତ କରିବା ପାଇଁ ପଛଘୁଞ୍ଚା ଦେଉନଥିଲେ । ତାଙ୍କର ଲୋକପ୍ରିୟ ଉକ୍ତି 'ମୋତେ ରକ୍ତ ଦିଅ ମୁଁ ତୁମକୁ ସ୍ବାଧୀନତା ଦେବି' ଦେଶବାସୀଙ୍କୁ ଇଂରେଜ ସରକାରଙ୍କ ବିରୋଧରେ ଲଢିବା ପାଇଁ ପ୍ରେରିତ କରିଥିଲା । ନେତାଜୀଙ୍କ ଏହି ବ୍ୟକ୍ତିତ୍ବରୁ ଯୁବପିଢିମାନେ ଅନୁପ୍ରାଣିତ ହେଉଥିଲେ ।
ବର୍ତ୍ତମାନର ଯୁବପିଢି ନେତାଜୀଙ୍କ ବ୍ୟକ୍ତିତ୍ବରୁ କ'ଣ ଶିଖିବା ଉଚିତ ?
1. କାରଣ ଉପରେ ବିଶ୍ୱାସ ରଖିବା ଉଚିତ:- ନିଜ ଦେଶକୁ ସୁରକ୍ଷା ଦେବା ପାଇଁ ନେତାଜୀ ଆଇନଗତ କାର୍ଯ୍ୟାନୁଷ୍ଠାନ, ଅନେକ ଗିରଫଦାରୀ ଏବଂ ଏପରିକି ନିର୍ବାସନର ସମ୍ମୁଖୀନ ହୋଇଥିଲେ । କଂଗ୍ରେସର ଅନ୍ୟ ସଦସ୍ୟଙ୍କଠାରୁ ସେ ଯେତେ ପରିହାସ ଓ ଶତ୍ରୁତାକୁ ସାମ୍ନା କରିଥିଲେ ମଧ୍ୟ ସ୍ୱରାଜଙ୍କ ଧାରଣା ଉପରେ ନେତାଜୀଙ୍କର ଅବିରତ ବିଶ୍ୱାସ ଥିଲା ଏବଂ ଏହି କାରଣରୁ ସେ ନିଜ ଜୀବନକୁ ଉତ୍ସର୍ଗ କରିବାକୁ ଇଚ୍ଛୁକ ଥିଲେ। ତେବେ ଜଣେ ପ୍ରକୃତ ନେତା ତାଙ୍କର ଶେଷ ନିଶ୍ୱାସକୁ ଏକ ଧାରଣା ପାଇଁ ଉତ୍ସର୍ଗ କରିବେ ଯାହାକୁ ସେ ଦୃଢ ଭାବରେ ବିଶ୍ବାସ କରନ୍ତି ଏବଂ ସମାନ ଭାବରେ ଯେକୌଣସି ପଦକ୍ଷେପ ନେବାକୁ ପ୍ରସ୍ତୁତ ହୋଇଥାନ୍ତି । ଏଣୁ ନିଜ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ ଯେକୌଣସି କଠିନତାର ସମ୍ମୁଖୀନ ହେଲେ ମଧ୍ୟ ତାହାକୁ ସାମନା କରିବା ଉଚିତ ।