ନୂଆଦିଲ୍ଲୀ: ଏଣିକି ନେପାଳ ନାଗରିକଙ୍କୁ ଭାରତକୁ ଆସିବାକୁ ହେଲେ ନେବାକୁ ପଡିବ ଭିସା । ନୂଆଦିଲ୍ଲୀସ୍ଥିତ ନେପାଳୀ ଦୂତବାସ ତରଫରୁ ଏହି ସୂଚନା ଦିଆଯାଇଛି । ଯେଉଁ ନେପାଳୀ ନାଗରିକମାନେ ପାକିସ୍ତାନ, ଚୀନ, ମକାଓ ଜରିଆରେ ଭାରତ ଆସୁଛନ୍ତି, ସେମାନଙ୍କୁ ହିଁ ଭିସା ନେବାକୁ ପଡିବ ବୋଲି କୁହାଯାଇଛି ।
ଭାରତ ଆସିବାକୁ ହେଲେ ନେପାଳବାସୀଙ୍କୁ ଲୋଡା ଭିସା - ଭିସା
ଏଣିକି ଆଉ ବିନା ଭିସାରେ ନେପାଳି ନାଗରିକ ଭାରତକୁ କରିପାରିବେନି ପ୍ରବେଶ । ପାକିସ୍ତାନ-ଚୀନ ଦେଇ ଭାରତ ଆସୁଥିବା ନେପାଳ ନାଗରିକଙ୍କୁ ଭିସା ନେବାକୁ ପଡିବ ବୋଲି ନେପାଳ ଦୂତବାସ ପକ୍ଷରୁ ସୂଚନା ଦିଆଯାଇଛି ।
ପ୍ରତିକାତ୍ମକ ଫଟୋ
ନେପାଳ ବୈଦେଶିକ ମନ୍ତ୍ରଣାଳୟ ମୁତାବକ, ବର୍ତ୍ତମାନ 40 ଲକ୍ଷ ନେପାଳୀ ନାଗରିକ ଭାରତରେ ପଢାପଢି ଓ ଚାକିରି କରୁଛନ୍ତି । ତେବେ କେବଳ ଭାରତ ନୁହେଁ ସାଉଦି ଆରବ, କୁୱେତ, କତର, ଓମାନ,ବହରିନ ଓ ଲେବନାନ ସମେତ ତମାମ ଦେଶକୁ ଯିବାକୁ ହେଲେ ନେପାଳ ଦୂତବାସ ଠାରୁ ଅନୁମତି ନେବାକୁ ପଡିବ ।
Last Updated : Jun 25, 2019, 2:17 PM IST