ଓଡିଶା

odisha

By

Published : Jul 26, 2020, 4:51 PM IST

ETV Bharat / bharat

ଭାରତ-ନେପାଳ ସୀମାରେ ନିର୍ମାଣ କାର୍ଯ୍ୟ ଘଟଣା, ଦୂତାବାସର ହସ୍ତକ୍ଷେପ

କିଛି ଦିନ ପୂର୍ବରୁ ଭାରତ-ନେପାଳ ସୀମାର ମିସିଂ ପିଲର 811 ନିକଟରେ କୌଣସି ବ୍ୟକ୍ତିଙ୍କ ଅଧିଗ୍ରହଣ ନଥିବା ଜମିରେ କିଛି ନେପାଳ ନାଗରିକ ଭିତ୍ତିଭୂମି ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ ।

କାଠମାଣ୍ଡୁ ସ୍ଥିତ ଦୂତାବାସ
କାଠମାଣ୍ଡୁ ସ୍ଥିତ ଦୂତାବାସ

ଡେରାଡୁନ: ଉତ୍ତରାଖଣ୍ଡର ତାନକପୁର ସୀମା ଅଞ୍ଚଳରେ ନେପାଳ ନାଗରିକଙ୍କ ଦ୍ବାରା ଭିତ୍ତିଭୂମି ନିର୍ମାଣ ମାମଲା ଏବେ କାଠମାଣ୍ଡୁ ସ୍ଥିତ ଦୂତାବାସ ଏବଂ କେନ୍ଦ୍ର ଗୃହ ମନ୍ତ୍ରାଳୟ ନିକଟକୁ ପହଞ୍ଚିଛି । ଏହା ଉପରେ ଏକ ରିପୋର୍ଟ ପୋଲିସ ମୁଖ୍ୟାଳୟକୁ ପଠାଯାଇଛି। ଏସଏସବି ଏନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ଦୈନିକ ରିପୋର୍ଟ ପଠାଉଛି। ସେପଟେ ଚମ୍ପାୱାଟ ଜିଲ୍ଲା ମାଜିଷ୍ଟ୍ରେଟ କାଠମାଣ୍ଡୁରେ ଥିବା ଭାରତ ଦୂତାବାସର ଅଧିକାରୀଙ୍କ ସହ କଥା ହୋଇଛନ୍ତି।

କିଛି ଦିନ ପୂର୍ବରୁ ଭାରତ-ନେପାଳ ସୀମାର ମିସିଂ ପିଲର 811 ନିକଟରେ କୌଣସି ବ୍ୟକ୍ତିଙ୍କ ଅଧିଗ୍ରହଣ ନଥିବା ଜମିରେ କିଛି ନେପାଳ ନାଗରିକ ଭିତ୍ତିଭୂମି ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ । ତେବେ ଏସସିବି ଏବଂ ନେପାଳର ସୈନ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନିର୍ମାଣ କାର୍ଯ୍ୟ ଅଟକାଇଥିଲେ।

ତେବେ ସୀମା ଅଞ୍ଚଳରେ ନେପାଳ ନାଗରିକଙ୍କ ଏହି ନିର୍ମାଣ କାର୍ଯ୍ୟକୁ ନେଇ ଗୁରୁବାର ଭାରତୀୟ ଅଧିକାରୀମାନେ ବୈଠକ କରିଥିଲେ। ବୈଠକ ପରେ ଏହି ନିର୍ମାଣ କାର୍ଯ୍ୟ ବନ୍ଦ ହେବ ବୋଲି ନେପାଳ କର୍ତ୍ତୃପକ୍ଷ ଭାରତକୁ ଆଶ୍ବାସନା ଦେଇଛନ୍ତି । ଆମେ ଭାରତ ଏବଂ ନେପାଳ ମଧ୍ୟରେ କୌଣସି ବିବାଦ ଚାହୁଁ ନାହୁଁ। ଆମେ କେବଳ ଶାନ୍ତିରେ ବଞ୍ଚିବାକୁ ଚାହୁଁଛୁ । ଚୁକ୍ତିନାମା ଅନୁଯାୟୀ ଯାହା ସହମତ ହୋଇଛି ତାହା ଉପରେ ଉଭୟ ଦେଶ ବଜାୟ ରହିବା ଉଚିତ ବୋଲି ଜଣେ ସ୍ଥାନୀୟ ବାସିନ୍ଦା କହିଛନ୍ତି।

ABOUT THE AUTHOR

...view details