କାଠମାଣ୍ଡୁ : ନେପାଳରେ ବୃଦ୍ଧି ପାଉଥିବା କୋରୋନା ଭାଇରସ ସଂକ୍ରମଣର ମାମଲା ପାଇଁ ପୁଣିଥରେ ଭାରତକୁ ଦୋଷ ଦେଇଛି ନେପାଳ । ନେପାଳରେ କୋରୋନା ଭାଇରସ ସଂକ୍ରମଣର 90 ପ୍ରତିଶତରୁ ଅଧିକ ମାମଲା ଭାରତ ସହ ଜଡିତ ଥିବା ରବିବାର ନେପାଳ ପକ୍ଷରୁ କୁହାଯାଇଛି । ଭାରତରୁ ଆସିଥିବା ପ୍ରବାଶୀ ଶ୍ରମିକ ଯୋଗୁଁ ନେପାଳରେ କୋରୋନା ଭାଇରସ ସଂକ୍ରମଣର ମାମଲା ବୃଦ୍ଧି ପାଇଥିବା ନେପାଳ କହିଛି ।
କୋରୋନା ସଂକ୍ରମଣ ବୃଦ୍ଧି ପାଇଁ ପୁଣିଥରେ ଭାରତକୁ ଦୋଷ ଦେଲା ନେପାଳ
ନେପାଳରେ ବୃଦ୍ଧି ପାଉଥିବା କୋରୋନା ଭାଇରସ ସଂକ୍ରମଣର ମାମଲା ପାଇଁ ପୁଣିଥରେ ଭାରତକୁ ଦୋଷ ଦେଇଛି ନେପାଳ । ନେପାଳରେ କୋରୋନା ଭାଇରସ ସଂକ୍ରମଣର 90 ପ୍ରତିଶତରୁ ଅଧିକ ମାମଲା ଭାରତ ସହ ଜଡିତ ଥିବା ରବିବାର ନେପାଳ ପକ୍ଷରୁ କୁହାଯାଇଛି ।
ଅନ୍ୟପକ୍ଷରେ ନେପାଳ ସଂସଦର ପ୍ରତିନିଧି ସଭାର ରାଜ୍ୟ ବ୍ୟବସ୍ଥା ସମିତି ଶାସକ ଦଳ କମ୍ୟୁନିଷ୍ଟ ପାର୍ଟିର ନାଗରିକତ୍ବ ସଂଶୋଧନ ଆଇନ୍ ପ୍ରସ୍ତାବକୁ ସଂଖ୍ୟାଗରିଷ୍ଠତାର ସହ ପାରିତ କରିଛି । ଏହି ନୂଆ ପ୍ରସ୍ତାବ ଅନୁଯାୟୀ ନେପାଳର ପୁରୁଷଙ୍କ ସହ ବିବାହ କରୁଥିବା ବିଦେଶୀ ମହିଳାଙ୍କୁ ବିବାହ ପରେ ନେପାଳର ନାଗରିକତ୍ବ ପାଇବା ପାଇଁ 7 ବର୍ଷ ଅପେକ୍ଷା କରିବାକୁ ପଡିବ ।
ନେପାଳରେ ରବିବାର କୋରୋନା ଭାଇରସ ସଂକ୍ରମଣର 421ଟି ନୂଆ ମାମଲା ସାମ୍ନାକୁ ଆସିଥିଲା । ଏଥିସହ ନେପାଳରେ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା 9026 କୁ ବୃଦ୍ଧି ପାଇଛି । ସ୍ବାସ୍ଥ୍ୟମନ୍ତ୍ରାଳୟର ରିପୋର୍ଟ ଅନୁଯାୟୀ, ଦେଶର 77 ଜିଲ୍ଲା ମଧ୍ୟରୁ 75ଟି ଜିଲ୍ଲାରେ କୋରୋନା ସଂକ୍ରମଣ ବ୍ୟାପିଛି । ତେବେ ନେପାଳରେ କୋରୋନା ସଂକ୍ରମଣର 90 ପ୍ରତିଶତ ମାମଲା ବିଦେଶରୁ ଫେରିଥିବା ପ୍ରବାସୀ ଶ୍ରମିକଙ୍କ ପାଇଁ ହୋଇଥିବା ମହାମାରୀ ବିଜ୍ଞାନ ବିଭାଗର ନିର୍ଦ୍ଦେଶକ ଡ. ବାସୁଦେବ ପାଣ୍ଡେ କହିଛନ୍ତି । ସେଥିମଧ୍ୟରୁ ଅଧିକତମ ଶ୍ରମିକ ଭାରତରୁ ଫେରିଛନ୍ତି ବୋଲି ସେ କହିଛନ୍ତି ।