କାଠମାଣ୍ଠୁ: ସମସ୍ତ ଜରୁରୀ ସାମଗ୍ରୀ ପାଇଁ ନେପାଳ ସର୍ବଦା ଭାରତ ଉପରେ ନିର୍ଭରଶୀଳ । ଭାରତ ମଧ୍ୟ ନେପାଳକୁ ସମସ୍ତ ପରିସ୍ଥିତିରେ ସହଯୋଗ କରିଆସିଛି । ହେଲେ ବର୍ତ୍ତମାନ ପରିସ୍ଥିତି ଅଲଗା । ନେପାଳ ଯେବେ ଠାରୁ ଭାରତର ଅଞ୍ଚଳକୁ ନିଜର ଦର୍ଶାଇ ନୂତନ ମାନଚିତ୍ର କରିଛି, ସେବେ ଠାରୁ ଦୁଇ ଦେଶ ମଧ୍ୟରେ ତିକ୍ତତା ଦେଖିବାକୁ ମିଳିଛି । ଏପରି ସ୍ଥିତିରେ ମଧ୍ୟ ନେପାଳ ଭାରତ ଉପରେ ନିର୍ଭର କରୁଛି ।
ମହାମାରୀ କୋରୋନା ପାଇଁ ଏଯାବତ୍ କୌଣସି ଔଷଧ କିମ୍ବା ଭ୍ୟାକ୍ସିନ ବାହାରି ନାହିଁ । ତଥାପି ରେମଡେସିଭର୍ ଔଷଧ କୋରୋନା ଆକ୍ରାନ୍ତଙ୍କୁ ଅଧିକ ଗୁରୁତର ହେବାରୁ ରକ୍ଷା କରିଥାଏ । ଏହି ମେଡିସିନ ପାଇଁ ଏବେ ନେପାଳ ଭାରତ ବଜାର ଉପରେ ନିର୍ଭର କରୁଛି ।
ନେପାଳର ମହିଳା ସପନାଙ୍କ ବାପା କୋରୋନା ଆକ୍ରାନ୍ତ ହୋଇ କାଠମାଣ୍ଠୁର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ସ୍ବାସ୍ଥ୍ୟବସ୍ଥା ଅତ୍ୟଧିକ ଗୁରୁତର ହେବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସା ପାଇଁ ରେମଡେସିଭର୍ ଆବଶ୍ୟକ ଥିବାବେଳେ ଏହି ନେଡିସିନ ନେପାଳରେ ଉପଲବ୍ଧ ନ ଥିବାରୁ ସେମାନେ ଭାରତ ସହ ଯୋଗଯୋଗ କରିଥିଲେ । ଭାରତ ପକ୍ଷରୁ ମେଡିସିନ ପଠାଯାଇଥିଲା ।