କାଠମାଣ୍ଡୁ: ସାରା ବିଶ୍ବ ପାଇଁ ମହାବିପଦ ଭାବେ ଉଭା ହୋଇଛି ମହାମାରୀ କୋରୋନା । ଏପରିସ୍ଥଳେ ନେପାଳ ସରକାର ଶୁକ୍ରବାର ଏଭରେଷ୍ଟ ଗିରି ଶୃଙ୍ଗର ସଫେଇ କାମ କରିବାକୁ ପ୍ରତ୍ୟାଖ୍ୟାନ କରିଛି । ଏବେ କୋରୋନା ସଂକ୍ରମଣକୁ ରୋକିବା ପାଇଁ ଲକଡାଉନରେ ରହିଛି ନେପାଳ ।
ବିଶ୍ବର ସର୍ବୋଚ୍ଚ ଗିରି ଶୃଙ୍ଗକୁ ବର୍ଷରେ ଶତାଧିକ ପର୍ବତାରୋହୀ ଆସନ୍ତି ଚଢିବା ପାଇଁ । ଏଭଳି ପରିସ୍ଥିତିରେ ଫ୍ଲୋରୋସେଣ୍ଟ୍ ତମ୍ବୁ, ଆରୋହଣ ଉପକରଣ, ଖାଲି ଗ୍ୟାସ୍ କ୍ୟାଣ୍ଟର ନିର୍ଗମନ 8,848 ମିଟର ଉଚ୍ଚ ବିଶିଷ୍ଟ (29,029 ଫୁଟ) ଉଚ୍ଚ ଶିଖରକୁ ପର୍ବତାରୋହୀ ଚଢିବା ରାସ୍ତାରେ ପଡି ରହିଛି । ଏହାକୁ ପରିଷ୍କାର ଆହ୍ବାନକୁ ଏବେ ମନା କରିଛି ନେପାଳ ।
ଗତ ମାସରେ କର୍ତ୍ତୃପକ୍ଷ କୋରୋନା ଭାଇରସ ବିସ୍ତାରକୁ ନେଇ ସମସ୍ତ ପର୍ବତାରୋଣ ଅଭିଯାନ ପାଇଁ ଅନୁମତି ସ୍ଥଗିତ ରଖିଥିଲେ ଏବଂ ନେପାଳ ସୈନ୍ୟବାହିନୀକୁ ଏଭରେଷ୍ଟ ସମେତ 6ଟି ପର୍ବତ ଉପରେ ଏକ ବିଶାଳ ସଫେଇ କାର୍ଯ୍ୟ ବାତିଲ କରିବାକୁ ବାଧ୍ୟ କରିଥିଲେ । ନେପାଳର ପର୍ଯ୍ୟଟନ ବିଭାଗର ମୁଖ୍ୟ ଦାଣ୍ଡୁରଜ ଘିମେର ଏଏଫପିଙ୍କୁ କହିଛନ୍ତି ଯେ ଏହି ଋତୁରେ ଏଭେରେଷ୍ଟ ସଫେଇ କରିବା ସମ୍ଭବପର ନୁହେଁ।
ଅନ୍ୟପଟେ କୋରୋନା କାରଣରୁ ଏଭେରେଷ୍ଟ ଆରୋହଣ ବାତିଲ ଥିବା ବେଳେ ପର୍ବତାରୋହୀ ସଂଗଠନଗୁଡିକ କହିଛନ୍ତି ଯେ ବିଶ୍ବର ସର୍ବୋଚ୍ଚ ଅଳିଆ ଆବର୍ଜନା ଗଦା ସ୍ଥାନ ଭାବେ ପରିଗଣିତ ହେଉଥିବା ଏଭେରେଷ୍ଟ ପରିଷ୍କାର କରିବା ଏହା ଉତ୍ତମ ସୁଯୋଗ ଓ ସମୟ ଅଟେ ।