ଓଡିଶା

odisha

By

Published : Jul 8, 2020, 12:49 PM IST

ETV Bharat / bharat

ଭାରତ ସୀମାରେ ରାସ୍ତା ନିର୍ମାଣକୁ ବନ୍ଦ କଲା ନେପାଳ ପୋଲିସ

ନେପାଳ ସଶସ୍ତ୍ର ପୋଲିସ ଫୋର୍ସ ମଙ୍ଗଳବାର ଭାରତ-ନେପାଳ ଭିଟାମୋଡ ସୀମାରେ ଥିବା ଭାରତୀୟ କ୍ଷେତ୍ରରେ ରାସ୍ତା ନିର୍ମାଣ ବନ୍ଦ କରିଦେଇଛନ୍ତି ।

ଭାରତ ସୀମାରେ ରାସ୍ତା ନିର୍ମାଣ
ଭାରତ ସୀମାରେ ରାସ୍ତା ନିର୍ମାଣ

ନୂଆଦିଲ୍ଲୀ: ଭାରତ-ନେପାଳ ଭିଟାମୋଡ ସୀମାରେ ରାସ୍ତା ନିର୍ମାଣ ବନ୍ଦ କରିଛି ନେପାଳ ପୋଲିସ। ଭାରତୀୟ ଜମିର 20 ମିଟର ଯାଏଁ ନେପାଳ ପୋଲିସ ଦାବି କରିଆସୁଛି । ତେବେ ଏହି ରାସ୍ତା ଭିଟାମୋଡ ଛକ ଠାରୁ ନୋ ମେନ୍ସ ଲ୍ୟାଣ୍ଡ ପର୍ଯ୍ୟନ୍ତ ଏହି ନିର୍ମାଣ କରାଯାଉଥିଲା।

ରାସ୍ତା ନିର୍ମାଣ ବନ୍ଦ ହେବା ପରେ ସେଠାରେ ଉତ୍ତେଜନା ବଢିଥିଲା । ନିର୍ମାଣକାରୀ ସଂସ୍ଥାର କର୍ମଚାରୀ ସମେତ ଶ୍ରମିକ ଓ ସ୍ଥାନୀୟ ବ୍ୟବସାୟୀ ଉତ୍ତେଜନା ପ୍ରକାଶ କରିଥିଲେ । ପରିସ୍ଥିତି ବିଗିଡିବା ଦେଖି ଉଭୟ ପାର୍ଶ୍ବର ଯବାନ ସୀମାରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଥିଲେ । ଏହାସହ ବରିଷ୍ଠ ଅଧିକାରୀ ଆଲୋଚନା କରିବେ ଓ ସମାଧାନ କରିବେ ବୋଲି କହିଥିଲେ।

ସୀମାରେ ମୁତୟନ ହୋଇଥିବା ଏସସିବିର ଦ୍ବିତୀୟ କମାଣ୍ଡର ନବୀନ କୁମାର କହିଛନ୍ତି ଯେ ରାସ୍ତା ନିର୍ମାଣରେ ନେପାଳ ପୋଲିସ ଆପତ୍ତି ଉଠାଇଛି। ବୁଝାମଣା ପରେ ମଧ୍ୟ କୌଣସି ସମାଧାନ ମିଳିପାରି ନାହିଁ। ଉଭୟ ଦେଶର ଅଧିକାରୀ ଆଲୋଚନା କରିବେ ଓ ସମାଧାନର ରାସ୍ତା ଖୋଜିବେ।

ABOUT THE AUTHOR

...view details