କାଠମାଣ୍ଡୁ: ସର୍ଜରୀ ପାଇଁ ହସ୍ପିଟାଲରେ ଭର୍ତ୍ତି ହେଲେ ନେପାଳ ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲି। ପ୍ରଧାନମନ୍ତ୍ରୀ ଆପେଣ୍ଡିସାଇଟ ଅସ୍ତ୍ରୋପୋଚାର ପାଇଁ ଚିକିତ୍ସିତ ହେଉଥିବା ଜଣାପଡିଛି। ପ୍ରଧାନମନ୍ତ୍ରୀଙ୍କ ସ୍ବାସ୍ଥ୍ୟବସ୍ଥା ପରଖିବା ପାଇଁ କାର୍ଡିଓଥେରାସିସ୍ ଓ ଭାସକୁଲାର ଟ୍ରାନ୍ସପ୍ଲାଣ୍ଟ ବିଭାଗରେ ପହଞ୍ଚିଥିଲେ ନେପାଳ ରାଷ୍ଟ୍ରପତି ବିଦ୍ୟା ଦେବୀ ଭଣ୍ଡାରୀ।
ସର୍ଜରୀ ପାଇଁ ହସ୍ପିଟାଲରେ ନେପାଳ ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତିଙ୍କ ଆରୋଗ୍ୟ କାମନା - ଆପେଣ୍ଡିସାଇଟ ଅସ୍ତ୍ରୋପୋଚାର ପାଇଁ ହସ୍ପିଟାଲରେ କେପି ଶର୍ମା
ଆପେଣ୍ଡିସାଇଟ ଅସ୍ତ୍ରୋପୋଚାର ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ନେପାଳ ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀଙ୍କ ସ୍ବାସ୍ଥ୍ୟବସ୍ଥା ପରଖିବା ପାଇଁ ମେଡିକାଲରେ ପହଞ୍ଚିଛନ୍ତି ନେପାଳ ରାଷ୍ଟ୍ରପତି ବିଦ୍ୟା ଦେବୀ ଭଣ୍ଡାରୀ। ଅଧିକ ଖବର ପଢନ୍ତୁ...
ସର୍ଜରୀ ପାଇଁ ହସ୍ପିଟାଲରେ ନେପାଳ ପ୍ରଧାନମନ୍ତ୍ରୀ
ରାଷ୍ଟ୍ରପତି ସନ୍ଧ୍ୟା 7.40ରେ ମହାରାଜଗଞ୍ଜ ମନମୋହନ ସେଣ୍ଟରେରେ ପହଞ୍ଚିଥିଲେ। ନେପାଳ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସ୍ବାସ୍ଥ୍ୟବସ୍ଥା ପରିଖିବା ସହ ଶୀଘ୍ର ତାଙ୍କର ଆରୋଗ୍ୟ ଲାଭ ପାଇଁ କାମନା କରିଛନ୍ତି।
ଅସହ୍ୟ ପେଟ ଯନ୍ତ୍ରଣା ପାଇଁ ମଙ୍ଗଳବାର ପ୍ରଧାନମନ୍ତ୍ରୀ ମେଡିକାଲରେ ଭର୍ତ୍ତି ହୋଇଥିଲେ। ଏହାପରେ ତାଙ୍କର ଅସ୍ତ୍ରୋପଚାର କରାଯିବା ସହ ଭେଣ୍ଟିଲେଟରରେ ରଖାଯାଇଥିଲା। ବର୍ତ୍ତମାନ କେ ପି ଶର୍ମା ଓଲିଙ୍କ ସ୍ବାସ୍ଥ୍ୟବସ୍ଥାରେ ସୁଧାର ଆସିଥିବା ଜଣାପଡିଛି। ଏହାପୂର୍ବରୁ2007ରେ ପ୍ରଧାନମନ୍ତ୍ରୀଙ୍କ ଦୁଇଟି ଯାକ କୀଡନି ପ୍ରତ୍ୟାରୋପଣ କରାଯାଇଥିଲା।