ଓଡିଶା

odisha

By

Published : Apr 22, 2020, 7:29 PM IST

ETV Bharat / bharat

ସାହାଯ୍ୟ ପାଇଁ ଭାରତକୁ ନେପାଳ ପ୍ରଧାନମନ୍ତ୍ରୀଙ୍କ ଧନ୍ୟବାଦ

ନେପାଳକୁ ଅତ୍ୟାବଶ୍ୟକୀୟ ଔଷଧୀୟ ସାମଗ୍ରୀ ପଠାଇଛି ଭାରତ । ଏନେଇ ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଭାରତ ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି । ଅଧିକ ପଢନ୍ତୁ...

ସାହାଯ୍ୟ ପାଇଁ ଭାରତକୁ ନେପାଳ ପ୍ରଧାନମନ୍ତ୍ରୀଙ୍କ ଧନ୍ୟବାଦ
ସାହାଯ୍ୟ ପାଇଁ ଭାରତକୁ ନେପାଳ ପ୍ରଧାନମନ୍ତ୍ରୀଙ୍କ ଧନ୍ୟବାଦ

କାଠମାଣ୍ଡୁ: ବର୍ତ୍ତମାନ ବିଶ୍ବରେ କୋରୋନା ମହାମାରୀ ମୁକାବିଲା ପାଇଁ ଏକାଠି ହୋଇଛନ୍ତି ସମସ୍ତ ଦେଶ । ପରସ୍ପରକୁ ସାହାଯ୍ୟ କରିବା ସହ ବିପଦ ସମୟରେ ସାଥ ଦେଇଛନ୍ତି । ଏହାର ନେତୃତ୍ବ ନେଇଛି ଭାରତ । ନିଜର ସମସ୍ତ ପଡୋଶୀ ରାଷ୍ଟ୍ରକୁ ଏହା ମେଡିକାଲ ସାମଗ୍ରୀ ପଠାଇବା ସହ ଉପଯୁକ୍ତ ପଡୋଶୀର ପରିଚୟ ଦେଇଛି ।

ଏହି ଅବସରରେ ଶ୍ରୀଲଙ୍କା, ମିଆଁମାର, ବାଂଲାଦେଶ, ମାଳଦ୍ବୀପ ପରେ ନେପାଳକୁ ସାହାଯ୍ୟର ହାତ ବଢାଇଛି ଭାରତ । ହିମାଳୟ ଦେଶକୁ ଅତ୍ୟାବଶ୍ୟକୀୟ ଔଷଧୀୟ ସାମଗ୍ରୀ ପଠାଇଛି ଭାରତ । ଏନେଇ ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ସୂଚନା ଦେବା ସହ ଭାରତ ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି ।

ସେ କହିଛନ୍ତି ଯେ ବୁଧବାର କୋଭିଡ 19 ମହାମାରୀ ବିରୋଧରେ ଲଢିବା ପାଇଁ ଭାରତ ପକ୍ଷରୁ 23 ଟନର ଅତ୍ୟାବଶ୍ୟକୀୟ ମେଡିସିନ ସାମଗ୍ରୀ ନେପାଳରେ ପହଞ୍ଚିଛି । ଏଥିପାଇଁ ମୋଦିଜୀଙ୍କୁ ଧନ୍ୟବାଦ ଜଣାଉଛି । ସ୍ବାସ୍ଥ୍ୟ ଓ ଜନସଂଖ୍ୟା ମନ୍ତ୍ରଣାଳୟକୁ ଏହା ହସ୍ତାନ୍ତର କରିଛନ୍ତି ଭାରତୀୟ ରାଷ୍ଟ୍ରଦୂତ । ବିପତ୍ତି ସମୟରେ ପଡୋଶୀ ଦେଶର ଏପରି ସହାୟତା ପାଇ ଚିରକୃତଜ୍ଞ ବୋଲି ଓଲି କହିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ ନେପାଳରେ ଏବେ ସୁଦ୍ଧା 32ଟି କୋଭିଡ 19 ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଉଦୟପୁରର ସର୍ବାଧିକ 14ଟି କେସ ରହିଛି । ଏହା କୋରୋନା ହଟସ୍ପଟ ବୋଲି ସରକାର ଘୋଷଣା କରିଛନ୍ତି ।

ସୌଜନ୍ୟ@ANI

ABOUT THE AUTHOR

...view details