କାଠମାଣ୍ଡୁ:ନେପାଳକୁ ଭାରତ ସରକାର ଏକ ଅନୁଦାନ ସହାୟତା କାର୍ଯ୍ୟକ୍ରମ ଅଧୀନରେ କୋଭିଡ ଟିକା କୋଭିସିଲ୍ଡ ଯୋଗାଇଥିବାରୁ ନେପାଳର ପ୍ରଧାନମନ୍ତ୍ରୀ କେପି ଓଲି ଗୁରୁବାର ଧନ୍ୟବାଦ ଜଣାଇଛନ୍ତି । ନେପାଳକୁ ଭାରତ 1 ମିଲିୟନ ବା 10 ଲକ୍ଷ ଟିକା ଯୋଗାଇଛି ।
ଏ ସମ୍ପର୍କରେ ଓଲି ଟ୍ବିଟରେ ଲେଖିଛନ୍ତି, " ଭାରତ ନିଜ ଦେଶବାସୀଙ୍କୁ କୋରୋନା ଟିକା ଯୋଗାଉଥିବା ଏହି ଗୁରୁତ୍ବପୂର୍ଣ୍ଣ ସମୟରେ ନେପାଳକୁ ଏକ ମିଲିୟନ୍ ଡୋଜ ଟିକା ପ୍ରଦାନ କରିଥିବାରୁ ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଭାରତ ସରକାରଙ୍କୁ ଧନ୍ୟବାଦ ଜଣାଉଛି । "
ତେବେ ଭାରତ ବାଙ୍ଗଲାଦେଶକୁ 2 ମିଲିୟନ ବା 20 ଲକ୍ଷ ଟିକା ଯୋଗାଇଥିବା ବେଳେ ଗତ ବୁଧବାର ଭୂଟାନକୁ 1 ଲକ୍ଷ 50 ହଜାର କୋଭିସିଲ୍ଡ ଟିକା ଓ ମାଳଦ୍ବୀପକୁ 1 ଲକ୍ଷ ଟିକା ଅନୁଦାନ ସହାୟତା କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରଦାନ କରିଛି । ଓଲିଙ୍କ ଟ୍ୱିଟର ଉତ୍ତର ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନେପାଳର ପ୍ରଧାନମନ୍ତ୍ରୀ କେପି ଓଲିଙ୍କୁ ଧନ୍ୟବାଦ ଦେବା ସହ ନେପାଳବାସୀଙ୍କୁ କୋଭିଡ-ମହାମାରୀର ମୁକାବିଲା ପାଇଁ ଭାରତ ପ୍ରତିଶ୍ରୁତିବଦ୍ଧ ବୋଲି ସେ କହିଛନ୍ତି । ଏହାସହିତ ଭାରତରେ ଉଦ୍ଭାବନ କରାଯାଇଥିବା ଏହି କୋରୋନା ଟିକା ବିଶ୍ବବାସୀଙ୍କୁ ଯୋଗାଇବ ବୋଲି ମୋଦି ଟ୍ବିଟ ମାଧ୍ୟମରେ ସୂଚନା ଦେଇଛନ୍ତି ।