ଓଡିଶା

odisha

ETV Bharat / bharat

74 ତମ ସ୍ବାଧୀନତା ଦିବସ, ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଶୁଭେଚ୍ଛା ଜଣାଇଲେ ନେପାଳ ପିଏମ - 74 ତମ ସ୍ବାଧୀନତା ଦିବସ

ଭାରତର 74 ତମ ସ୍ବାଧୀନତା ଦିବସ ଉପଲକ୍ଷେ ବିଶ୍ବବ୍ୟାପୀ ଶୁଭେଚ୍ଛା ଛୁଟିବାରେ ଲାଗିଛି । ଆମେରିକା, ଇସ୍ରୋଏଲ ଭଳି ଦେଶ ଭାରତକୁ ଶୁଭକାମନା ଜଣାଇଛନ୍ତି । ଏହି ଅବସରରେ ନେପାଳ ପ୍ରଧାନମନ୍ତ୍ରୀ ମଧ୍ୟ ଶୁଭେଚ୍ଛା ଜଣାଇ ଭାରତ ସମୃଦ୍ଧି କାମନା କରିଛନ୍ତି । ଅଧିକ ପଢନ୍ତୁ...

74 ତମ ସ୍ବାଧୀନତା ଦିବସ, ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଶୁଭେଚ୍ଛା ଜଣାଇଲେ ନେପାଳ ପିଏମ
74 ତମ ସ୍ବାଧୀନତା ଦିବସ, ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଶୁଭେଚ୍ଛା ଜଣାଇଲେ ନେପାଳ ପିଏମ

By

Published : Aug 15, 2020, 1:09 PM IST

କାଠମାଣ୍ଡୁ: ତିକ୍ତତା ମଧ୍ୟରେ ଭାରତକୁ ସ୍ବାଧୀନତା ଦିବସ ଅବସରରେ ଶୁଭେଚ୍ଛା ଜଣାଇଲେ ନେପାଳ ପ୍ରଧାନମନ୍ତ୍ରୀ କେପି ଓଲି । ଉଭୟ ଦେଶ ମଧ୍ୟରେ ସୀମା ଓ ପ୍ରଭୁଙ୍କ ବିବାଦ ଲାଗି ରହିଥିବା ସତ୍ତ୍ବେ ଆଜି ଭାରତର 74ତମ ସ୍ବାଧୀନତା ଦିବସ ଉପଲକ୍ଷେ ଟ୍ବିଟ କରି ଭାରତ ସମୃଦ୍ଧି କାମ କରିଛନ୍ତି କେପି ଓଲି ।

ଟ୍ବିଟକୁ କରି ଓଲି ଲେଖିଛନ୍ତି, 74 ତମ ସ୍ୱାଧୀନତା ଦିବସର ଶୁଭ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୀ, ଭାରତ ସରକାରଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା । ଭାରତର ଲୋକଙ୍କ ଉନ୍ନତି ଏବଂ ସମୃଦ୍ଧି ପାଇଁ ଅନେକ ଅନେକ ଶୁଭେଚ୍ଛା ଜଣାଇଛନ୍ତି ନେପାଳ ପିଏମ ।

ନେପାଳ ସରକାର ଭାରତର କେତେକ କ୍ଷେତ୍ରକୁ ନିଜର ଦର୍ଶାଇ ଏକ ନୂତନ ମାନଚିତ୍ର ଜାରି କରିଛି । ଯାହାକୁ ନେଇ ଉଭୟ ଦେଶରେ ତିକ୍ତତା ଦେଖାଦେଇଥିବା ବେଳେ ପିଏମ ଓଲିଙ୍କ ଏହି ଶୁଭେଚ୍ଛା ମହତ୍ତ୍ବ ରଖୁଛି ।

ଭାରତ-ନେପାଳ ଦ୍ୱିପାକ୍ଷିକ ପଦକ୍ଷେପ ଅନ୍ତର୍ଗତ ହିମାଳୟ ଦେଶରେ ତୃଣମୂଳ ଭିତ୍ତିଭୂମି ବିକାଶ ପ୍ରକଳ୍ପକୁ ସମର୍ଥନ ତଥା ମଜବୁତ କରିବା ପାଇଁ ନୂଆଦିଲ୍ଲୀ କାଠମାଣ୍ଡୁକୁ ବିଭିନ୍ନ ବିକାଶମୂଳକ ପ୍ରକଳ୍ପରେ ସାହାଯ୍ୟ କରିଆସୁଛି ।

ABOUT THE AUTHOR

...view details