ଓଡିଶା

odisha

ETV Bharat / bharat

ନେପାଳର ନୂତନ ମାନଚିତ୍ର ପ୍ରସ୍ତାବ ସଂସଦରେ ପାରିତ

ଭାରତର ବିରୋଧ ସତ୍ତ୍ବେ ଶନିବାର ନେପାଳ ସଂସଦରେ ନେପାଳର ନୂତନ ମାନଚିତ୍ର ପ୍ରସ୍ତାବକୁ ଅନୁମୋଦନ ମିଳିଛି । ଏହି ବିଧେୟକ ଶନିବାର ନେପାଳ ସଂସଦରେ ଆଗତ ହେବାପରେ ଏନେଇ ମଦତାନ ହୋଇଥିଲା । ବିଧେୟକ ସପକ୍ଷରେ 275ରୁ 258ଟି ଭୋଟ ପଡିଥିଲା । ଅଧିକ ପଢ଼ନ୍ତୁ...

ନେପାଳର ନୂତନ ମାନଚିତ୍ର ପ୍ରସ୍ତାବ ସଂସଦରେ  ପାରିତ
ନେପାଳର ନୂତନ ମାନଚିତ୍ର ପ୍ରସ୍ତାବ ସଂସଦରେ ପାରିତ

By

Published : Jun 14, 2020, 12:16 AM IST

କାଠମାଣ୍ଡୁ: ଭାରତର ବିରୋଧ ସତ୍ତ୍ବେ ଶନିବାର ନେପାଳ ସଂସଦରେ ନେପାଳର ନୂତନ ମାନଚିତ୍ର ପ୍ରସ୍ତାବକୁ ଅନୁମୋଦନ ମିଳିଛି । ଏହି ନୂଆ ମାନଚିତ୍ରରେ ଭାରତର 3ଟି କ୍ଷେତ୍ରକୁ ଅନ୍ତର୍ଭୁକ୍ତ କରାଯାଇଛି । ସେଗୁଡିକ ହେଉଛି କଳାପାଣି, ଲିପୁଲେଖ ଏବଂ ଲିମ୍ପିୟାଧୁରା । ତେବେ ଏହି ବିଧେୟକ ଶନିବାର ନେପାଳ ସଂସଦରେ ଆଗତ ହେବାପରେ ଏନେଇ ମଦତାନ ହୋଇଥିଲା । ବିଧେୟକ ସପକ୍ଷରେ 275ରୁ 258ଟି ଭୋଟ ପଡିଥିଲା ।

ସୂଚନାଯୋଗ୍ୟ ଯେ, ଭାରତ ଏବଂ ନେପାଳରେ ସୀମା ବିବାଦକୁ ନେଇ କିଛି ଦିନ ହେବ ତିକ୍ତତା ଲାଗି ରହିଛି । ମାର୍ଚ୍ଚ ମାସ 8 ତାରିଖରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସ୍ଂହ ଲିପୁଲେଖରୁ ଧାରାଚୁଲା ପର୍ଯ୍ୟନ୍ତ ଭାରତ ସରକାର ଦ୍ବାରା ନିର୍ମିତ ସଡକର ଉଦ୍‌ଘାଟନ କରିଥିଲେ । ଏହାପରେ ନେପାଳ ଲିପୁଲେଖକୁ ନେପାଳର ଅଂଶ କହି ବିରୋଧ କରିଥିଲା । ଏହାପରେ ନେପାଳ ମେ 18 ତାରିଖରେ ଦେଶ ନୂଆ ରାଜନୈତିକ ମାନଚିତ୍ର ଜାରି କରିଥିଲା । ଏଥିରେ ଭାରତର 3ଟି କ୍ଷେତ୍ର କଳାପାଣି, ଲିପୁଲେଖ ଏବଂ ଲିମ୍ପିୟାଧୁରାକୁ ନିଜର ବୋଲି ଦର୍ଶାଇଥିଲା ।

ABOUT THE AUTHOR

...view details