ନୂଆଦିଲ୍ଲୀ: କୈଳାଶ ମାନସରୋବରକୁ ସଂଯୋଗ କରୁଥିବା ଲିଙ୍କ ରୋଡ ଧର୍ଚୁଲା(ଉତ୍ତରାଖଣ୍ଡ)ରୁ ଲିପୁଲେଖ(ଚୀନସୀମା)ଉଦଘାଟନ କରିବା ପରେ ଆପତ୍ତି ଉଠାଇଛି ନେପାଳ । ନେପାଳ ବୈଦେଶିକ ମନ୍ତ୍ରଣାଳୟ ନିଜ ୱେବ ସାଇଟରେ କହିଛି, ଭାରତର ଏକଚାଟିଆ ପଦକ୍ଷେପ ଦୁଇ ଦେଶ ମଧ୍ୟରେ ହୋଇଥିବା ସୀମା ବୁଝାମଣାର ବିରୋଧ କରୁଛି । ଭାରତର ଏପରି କାର୍ଯ୍ୟକଳାପକୁ ବିରୋଧ କରିଛି ନେପାଳ । ଏପରିକି ଭାରତକୁ ଚେତାବନୀ ଦେଇ ସୀମାରେ କୌଣସି କାର୍ଯ୍ୟକଳାପକୁ ନ କରିବାକୁ କହିଛି ନେପାଳ ।
ପ୍ରତିରକ୍ଷା ମନ୍ତ୍ରଣାଳୟ ଦ୍ବାରା ହୋଇଥିବା ରାସ୍ତା ଉଦଘାଟନକୁ ବିରୋଧ କରିବାକୁ ଯାଇ କାଠମାଣ୍ଡୁ ନିଜ ଅସନ୍ତୋଷ ପ୍ରକାଶ କରିବା ସହ ଉଭୟ ଦେଶର ସାର୍ବଭୌମତ ସୁରକ୍ଷା ପାଇଁ ହୋଇଥିବା ବୁଝାମଣାର ଉଲ୍ଲଘଂନ ଭାରତ କରିଛି ବୋଲି ନୂଆଦିଲ୍ଲୀକୁ ଜଣାଇ ଦେଇଛି ।