ଓଡିଶା

odisha

ETV Bharat / bharat

ଭାରତ-ପାକିସ୍ତାନ ମଧ୍ୟରେ ମଧ୍ୟସ୍ଥତା କରିବାକୁ ଆଗ୍ରହୀ ନେପାଳ - mediator between india pakistan

ଆମେରିକା ପରେ କାଶ୍ମୀର ପ୍ରସଙ୍ଗରେ ଭାରତ-ପାକିସ୍ତାନ ମଧ୍ୟରେ ମଧ୍ୟସ୍ଥତା କରିବାକୁ ଇଚ୍ଛା ପ୍ରକାଶ କରିଛି ନେପାଳ। ଅଧିକ ପଢନ୍ତୁ...

india-pakistan
ମୋଦି-ଇମ୍ରାନ

By

Published : Jan 25, 2020, 5:00 PM IST

ନୂଆଦିଲ୍ଲୀ: ଆମେରିକା ପରେ କାଶ୍ମୀର ପ୍ରସଙ୍ଗରେ ଭାରତ-ପାକିସ୍ତାନ ମଧ୍ୟରେ ମଧ୍ୟସ୍ଥତା କରିବାକୁ ଇଚ୍ଛା ପ୍ରକାଶ କରିଛି ନେପାଳ। କୌଣସି ସମସ୍ୟାର ସମାଧାନ ପାଇଁ ଉଭୟ ଦେଶ ମଧ୍ୟରେ ଆଲୋଚନା ହେବା ଅତ୍ୟନ୍ତ ଆବଶ୍ୟକ। ଭାରତ-ପାକିସ୍ତାନ ମଧ୍ୟରେ ମଧ୍ୟସ୍ଥତାର ଭୂମିକା ନିଭାଇବା ପାଇଁ ପ୍ରସ୍ତୁତ ଥିବା ନେପାଳ କହିଛି।

ନେପାଳ ସରକାର ଅନୁସାରେ, ଯେକୌଣସି ସମସ୍ୟାର ସମାଧାନ ପାଇଁ ଆଲୋଚନା କରିବା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ମତଭେଦ ଯେତେବଡ ହେଲେ ମଧ୍ୟ ତାକୁ ଆଲୋଚନା ମାଧ୍ୟମରେ ସମାଧାନ କରିହେବ। ଆବଶ୍ୟକ ସ୍ଥଳେ ନେପାଳ ଉଭୟ ଦେଶର ମଧ୍ୟରେ ଜାରି ରହିଥିବା ବିବାଦର ସମାଧାନ ପାଇଁ ମଧ୍ୟସ୍ଥତା ଭୂମିକା ନିଭାଇପାରିବ। ହେଲେ ଉଭୟ ଦେଶ ସିଧାସଳଖ ଆଲୋଚନା କଲେ ଆହୁରି ଭଲ ହେବ ବୋଲି ନେପାଳ ପକ୍ଷରୁ କୁହାଯାଇଛି।

ସମସ୍ୟାର ସମାଧାନ ପାଇଁ ଯକୌଣସି ପରିସ୍ଥିତିରେ ଏକାଠି ବସି ଆଲୋଚନା କରିବାକୁ ପଡିଥାଏ । ନଚେତ ସମସ୍ୟା ଆହୁରି ବଢିବାର ସମ୍ଭାବନା ରହିଥାଏ। ଭାରତ ପାକିସ୍ତାନ ଏକାଠି ବସି ଏହି ସମସ୍ୟାର ସମାଧାନ କରନ୍ତୁ ବୋଲି ନେପାଳ ଚାହୁଁଛି।

ଗତବର୍ଷ ଜମ୍ମୁ-କାଶ୍ମୀରରୁ ଧାରା 370 ଉଚ୍ଛେଦ କରିବା ପରଠୁ ଭାରତ-ପାକିସ୍ତାନ ମଧ୍ୟର ତିକ୍ତତା ଆହୁରି ବୃଦ୍ଧି ପାଇଛି। ଭାରତ ସରକାରଙ୍କ ଏହି ନିଷ୍ପତ୍ତି ପରେ ପାକିସ୍ତାନ ଭାରତ ସହ କୂଟନୈତିକ ସମ୍ବନ୍ଧ କମ୍‌ କରିଦେଇଛି। ଯାହାକୁ ଦୃଷ୍ଟିରେ ରଖି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ବାରମ୍ବାର କାଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା କରିବାକୁ ଇଚ୍ଛା ପ୍ରକାଶ କରୁଛନ୍ତି। ଏଥିରେ ମଧ୍ୟସ୍ଥତାର କୌଣସି ଆବଶ୍ୟକତା ନାହିଁ ବୋଲି ରୋକଠୋକ ଜଣାଇ ଦେଇଛି ଭାରତ।

ABOUT THE AUTHOR

...view details