ଓଡିଶା

odisha

ETV Bharat / bharat

ବିହାର: ଗଣ୍ଡକ ବ୍ୟାରେଜରେ କାମ ଆରମ୍ଭ ନେଇ ନେପାଳର ଅନୁମତି - india-nepal border issue

ଭାରତ-ନେପାଳର ଉତ୍ତେଜନା ମଧ୍ୟରେ ଏକ ଭଲ ଖବର ସାମ୍ନାକୁ ଆସିଛି। ସୋମବାର ବିଳମ୍ବିତ ରାତିରେ ନେପାଳ ସରକାର FLX ଡ୍ୟାମରେ କାର୍ଯ୍ୟକୁ ଅନୁମୋଦନ କରିଛନ୍ତି।

ଗଣ୍ଡକ ବ୍ୟାରେଜରେ କାମ ଆରମ୍ଭ ନେଇ ନେପାଳର ଅନୁମତି
ଗଣ୍ଡକ ବ୍ୟାରେଜରେ କାମ ଆରମ୍ଭ ନେଇ ନେପାଳର ଅନୁମତି

By

Published : Jun 23, 2020, 3:05 PM IST

ପାଟନା: ଭାରତ-ନେପାଳର ଉତ୍ତେଜନା ମଧ୍ୟରେ ଏକ ଭଲ ଖବର ସାମ୍ନାକୁ ଆସିଛି। ସୋମବାର ବିଳମ୍ବିତ ରାତିରେ ନେପାଳ ସରକାର FLX ଡ୍ୟାମରେ କାର୍ଯ୍ୟକୁ ଅନୁମୋଦନ କରିଛନ୍ତି। ଏହା ସହିତ ବାଲ୍ମିକୀନଗର ଗଣ୍ଡକ ବ୍ୟାରେଜର FLX ଡ୍ୟାମରେ ଖୁବ ଶୀଘ୍ର ମରାମତି କାର୍ଯ୍ୟ ଆରମ୍ଭ ହେବ । ପୂର୍ବରୁ ଏହି ଡ୍ୟାମର କାମକୁ ନେପାଳ ରୋକ ଲଗାଇଦେଇଥିଲା ।

ନେପାଳର ଏକ ଅଂଶ ଥିବା ଡାହାଣ FLX ଡ୍ୟାମକୁ ଗଣ୍ଡକ ନଦୀରେ ମରାମତି କରାଯାଉଥିଲା । ଲକଡାଉନ୍ ହେବା ମାତ୍ରେ ନେପାଳ ସରକାର ଏହାର ମରାମତି କାମ ବନ୍ଦ କରିଦେଇଥିଲେ। କାର୍ଯ୍ୟ ଆରମ୍ଭ କରିବା ପାଇଁ ଅଧିକାରୀମାନେ ନେପାଳ ସରକାରଙ୍କ ଠାରୁ ଅନୁମତି ଲୋଡିଥିଲେ ମଧ୍ୟ ଏହାକୁ ଅନୁମତି ଦିଆଯାଇନଥିଲା। ଗତ କିଛି ଦିନ ଧରି ବେତିୟା ଓ ନେପାଳର ଜିଲ୍ଲାପାଳ କ୍ରମାଗତ ଭାବରେ କଥାବାର୍ତ୍ତା ହେଉଥିଲେ। ସୋମବାର ନେପାଳ ସରକାରଙ୍କଠାରୁ ଅନୁମତି ପାଇବା ପରେ ବର୍ତ୍ତମାନ ଗଣ୍ଡକ ବ୍ୟାରେଜର ଅଧିକାରୀମାନେ ଡ୍ୟାମରେ ମରାମତି ଓ ରକ୍ଷଣାବେକ୍ଷଣ କାର୍ଯ୍ୟ ଆରମ୍ଭ କରିବେ।

ପ୍ରକାଶଥାଉକି, FLX ଡ୍ୟାମ୍ ଉପରେ ଜଳ ଚାପ କ୍ରମାଗତ ଭାବେ ବୃଦ୍ଧି ପାଉଥିଲା । ଡ୍ୟାମର କ୍ଷତି ହୋଇଥିଲେ ନେପାଳ ମଧ୍ୟ ବହୁତ କ୍ଷତି ସହିଥାନ୍ତା । ନେପାଳର ଗଣ୍ଡକ ବ୍ୟାରେଜରେ ବନ୍ଧର ମରାମତିକୁ ନେଇ ଭାରତ ମଧ୍ୟ ଚିନ୍ତିତ ଥିଲା। ନେପାଳ ଦ୍ବାରା ବନ୍ଦ କରାଯାଇଥିବା ଏହି କାର୍ଯ୍ୟ କାରଣରୁ ବିହାରର ଅନେକ ଜିଲ୍ଲାରେ ବନ୍ୟା ପରିସ୍ଥିତି ବୃଦ୍ଧି ପାଇଥିଲା। ଜଳ ସମ୍ପଦ ମନ୍ତ୍ରୀ ସଞ୍ଜୟ ଝାଙ୍କ ଅନୁଯାୟୀ ନେପାଳରୁ ଏହା ପ୍ରଥମ ଥର ଏପରି କାର୍ଯ୍ୟକୁ ବନ୍ଦ କରାଯାଇଛି ।

ଅନ୍ୟପକ୍ଷେ ଗଣ୍ଡକ ବ୍ୟାରେଜ୍ ନିର୍ମାଣ ପରଠାରୁ ଏହାର ସେଲଟେସନ୍ ଆଜି ପର୍ଯ୍ୟନ୍ତ ହୋଇନାହିଁ। ଫଳସ୍ବରୂପ, ଏହାର କ୍ଷମତା ହ୍ରାସ ପାଉଛି । 1964 ମସିହାରେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁ ଓ ନେପାଳର ରାଜା ମହେନ୍ଦ୍ର ବୀର ବିକ୍ରମ ଶାହା ଗଣ୍ଡକ ବ୍ୟାରେଜର ମୂଳଦୁଆ ପକାଇଥିଲେ। ଉଭୟ ଦେଶ 18-18 ସ୍ତମ୍ଭ ଦେଇ ଏହି ବ୍ୟାରେଜ ନିର୍ମାଣ କରିଥିଲେ କିନ୍ତୁ ଏହା ଦୁର୍ଭାଗ୍ୟଜନକ ଯେ 1964 ରୁ 2020 ପର୍ଯ୍ୟନ୍ତ ଏହି ଗଣ୍ଡକ ବ୍ୟାରେଜର ସେଲଟେସନ୍ ହୋଇନାହିଁ ।

ABOUT THE AUTHOR

...view details