ଓଡିଶା

odisha

ଲିପୁଲେଖରେ ଭାରତୀୟ ସେନାର ଗତିବିଧିରେ ନଜର ରଖିଛି ନେପାଳ

By

Published : Sep 2, 2020, 6:47 PM IST

ଭାରତ ଏବଂ ଚୀନ ସୀମାରେ ବୃଦ୍ଧି ପାଉଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି ନେପାଳ ସରକାର ଲିପୁଲେଖ ଅଞ୍ଚଳରେ ଭାରତୀୟ ସେନାର କାର୍ଯ୍ୟକଳାପ ଉପରେ ତୀକ୍ଷ୍ଣ ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଲିପୁଲେଖରେ ଭାରତୀୟ ସେନାର ଗତିବିଧି ଉପରେ ନଜର ରଖିଛି ନେପାଳ
ଲିପୁଲେଖରେ ଭାରତୀୟ ସେନାର ଗତିବିଧି ଉପରେ ନଜର ରଖିଛି ନେପାଳ

କାଠମାଣ୍ଡୁ: ଭାରତ ଏବଂ ଚୀନ ସୀମାରେ ବୃଦ୍ଧି ପାଉଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି ନେପାଳ ସରକାର ଲିପୁଲେଖ ଅଞ୍ଚଳରେ ଭାରତୀୟ ସେନାର କାର୍ଯ୍ୟକଳାପ ଉପରେ ତୀକ୍ଷ୍ଣ ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଲିପୁଲେଖ ଭାରତ, ନେପାଳ ଏବଂ ଚୀନ ମଧ୍ୟରେ ଉତ୍ତରାଖଣ୍ଡର କଳାପାଣି ଘାଟିରେ ସ୍ଥିତ ଏକ ଟ୍ରାଇ-ଜଙ୍କସନ । ତେବେ ଗତ ସପ୍ତାହରେ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ସରକାରଙ୍କ ଗୃହ ମନ୍ତ୍ରଣାଳୟ ଏହି ସ୍ଥାନ ଉପରେ ନଜର ରଖିବା ପାଇଁ ନେପାଳ ସଶସ୍ତ୍ର ପୋଲିସ ଫୋର୍ସ (ଏନଏପିଏଫ)କୁ ଏକ ନିର୍ଦ୍ଦେଶନାମା ଜାରି କରିଛି।

ଲିପୁଲେଖରେ ଏନଏପିଏଫର 44ତମ ବାଟାଲିଆନକୁ ନିୟୋଜିତ କରାଯାଇଛି । ଭାରତ ଏବଂ ଚୀନ ମଧ୍ୟରେ ତିକ୍ତତା ବଢିବାର ସମ୍ଭାବନା ଦେଖି ବାଟାଲିୟନକୁ ଅଗ୍ରଗାମୀ ଅଞ୍ଚଳରେ ଦୀର୍ଘ ସମୟ ଧରି ପାଟ୍ରୋଲିଂ କରିବାକୁ ଅନୁରୋଧ କରାଯାଇଛି। ସେପଟେ ଚୀନ ମଧ୍ୟ ସେହି ଅଞ୍ଚଳରେ ନିଜର ଯବାନଙ୍କ ସଂଖ୍ୟା ବୃଦ୍ଧି କରିବା ଆରମ୍ଭ କରିଛି। ଟ୍ରାଇ-ଜଙ୍କସନ ନିକଟରେ 150 'ଲାଇଟ କମ୍ବାଇନ ଆର୍ମି ବ୍ରିଗେଡ' ନିୟୋଜିତ କରାଯାଇଛି । ସୀମାଠାରୁ 10 କିଲୋମିଟର ଦୂରରେ ଥିବା ପାଲାରେ ଚୀନ ମଧ୍ୟ ନିଜର ସୈନ୍ୟ ମୁତୟନ କରିଛି।

ଜୁଲାଇରେ ଚୀନ ପାଲା ନିକଟରେ 1000 ସୈନିକ ନିୟୋଜିତ କରି ସେଠାରେ ଏକ ସ୍ଥାୟୀ ପୋଷ୍ଟ ନିର୍ମାଣ କରିଥିଲା। ତେବେ କିଛି ଦିନ ପୂର୍ବରୁ ଚୀନ ସେଠାରେ 2000 ରୁ ଅଧିକ ଅତିରିକ୍ତ ସୈନ୍ୟ ନିୟୋଜିତ କରିଥିବା ସୂଚନା ମିଳିଛି । ତେବେ ଭାରତ ସେଠାରେ 17,000 ଫୁଟ ଉଚ୍ଚରେ ଏକ ରାସ୍ତା ନିର୍ମାଣ କରିବା ପରେ ଭାରତ ଏବଂ ନେପାଳ ମଧ୍ୟରେ କୂଟନୈତିକ ତିକ୍ତତା ସୃଷ୍ଟି ହୋଇଥିଲା । କାରଣ କାଠମାଣ୍ଡୁ ଏହାକୁ ନିଜର ଅଞ୍ଚଳ ବୋଲି ଦାବି କରିଛି।

ଅନ୍ୟପକ୍ଷରେ ସୀମା ନିକଟରେ ଅନେକ ସ୍ଥାନରେ ଭାରତ ଏବଂ ଚୀନ ମୁହାଁମୁହିଁ ହୋଇଛନ୍ତି। ଚୀନ ଭାରତୀୟ ଅଞ୍ଚଳରେ ଅନୁପ୍ରବେଶ କରିବା ସହ ପ୍ରକୃତ ନିୟନ୍ତ୍ରଣ ରେଖା ନିକଟରେ ଥିବା ଅନେକ ସ୍ଥାନରେ ସ୍ଥିତି ପରିବର୍ତ୍ତନ କରିଛି । କିନ୍ତୁ ଭାରତ ଏହାକୁ ବିରୋଧ କରି ସବୁ ସ୍ତରରେ ଏହି ପ୍ରସଙ୍ଗ ଉଠାଉଛି। ତେବେ ଉଭୟ ଦେଶ ଏହି ସୀମା ବିବାଦକୁ ନେଇ ଆଲୋଚନା ଜାରି ରଖିଥିବା ବେଳେ ଚୀନ ଗତ ସପ୍ତାହରେ ପୂର୍ବ ଲଦାଖର ପାଙ୍ଗଙ୍ଗ ସୋରେ ସ୍ଥିତି ପରିବର୍ତ୍ତନ କରିବାକୁ ଉଦ୍ୟମ କରିଥିଲା । ତେବେ ଭାରତ ଚୀନର ଉତ୍ତେଜକ ସାମରିକ କାର୍ଯ୍ୟକଳାପକୁ ବାଧା ଦେଇଥିଲା।

ABOUT THE AUTHOR

...view details