କାଠମାଣ୍ଡୁ: ନେପାଳୀ ଯବାନଙ୍କ ନିଆରା ଜନସେବା । ଟର୍ଣ୍ଣାଡ଼ୋ ପୀଡ଼ିତଙ୍କ ପାଇଁ ନିର୍ମାଣ କରୁଛନ୍ତି ଜନତା ଆଓ୍ବାସ । ରାଜ୍ୟର ଦୁଇଟି ଜିଲ୍ଲାରେ ଏହି ଘର ସବୁ ନିର୍ମାଣ କରୁଛନ୍ତି । ତେବେ ସବୁଠାରୁ ବଡ଼ କଥା ହେଉଛି ଏହି ସବୁ କାର୍ଯ୍ୟରେ ଯବାନମାନେ ନିୟୋଜିତ ହୋଇଛନ୍ତି । ଆଉ ଏହି ଘର ନିର୍ମାଣ ପାଇଁ ଆଜି ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଶିଳାନ୍ୟାସ କରିଛନ୍ତି ।
ମିଳିଥିବା ସୂଚନାମୁତାବକ ଟର୍ଣ୍ଣାଡ଼ୋରେ କ୍ଷତିଗ୍ରସ୍ତ ହୋଇଥିବା ଲୋକଙ୍କ ପାଇଁ ନେପାଳ ସରକାର ପଦକ୍ଷେପ ନେଇଛନ୍ତି । ରାଜ୍ୟର ବାରା ଓ ପର୍ସା ଜିଲ୍ଲାରେ ଏହି ସବୁ ଗୃହ ନିର୍ମାଣ କରାଯାଉଛି ବୋଲି ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ମୋଟ 1453ଟି ଘର ନିର୍ମାଣ କରାଯିବ । ବାରା ଜିଲ୍ଲାରେ 1362 ଟି ଘର ଓ ପର୍ସା ଜିଲ୍ଲାରେ 91 ଟି ଘର ନିର୍ମାଣ କରାଯିବ ।