ପାଟନା: ବିହାରର ଅରରିୟା ଜିଲ୍ଲାରେ ଟେଣ୍ଟ ଲଗାଇବାକୁ ନେଇ ଦୁଇ ପଡୋଶୀଙ୍କ ମଧ୍ୟରେ ମୁହାଁମୁହିଁ ହୋଇଛନ୍ତି।ଏହାକୁ କେନ୍ଦ୍ର କରି ହୋଇଥିବା ଏସିଡ ଆକ୍ରମଣରେ ପ୍ରମୋଦ ଠାକୁରଙ୍କ ସମେତ ଅନ୍ୟ 10 ଲୋକ ଏହାର ଶିକାର ହୋଇଛନ୍ତି। ସେମାନଙ୍କ ମଧ୍ୟରୁ 3 ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଆହତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି।
ଅରରିୟାରେ 11 ଜଣ ଏସିଡ ଆକ୍ରମଣର ଶିକାର - ଅରରିୟାରେ ଏସିଡ ଆକ୍ରମଣ
ବିହାରର ଅରରିଆ ଜିଲ୍ଲାରେ ଦୁଇ ଜଣ ପଡୋଶୀଙ୍କ ମଧ୍ୟରେ ହୋଇଥିବା ଗଣ୍ଡଗୋଳ ଉଗ୍ର ରୂପର ନେଇଛି। ଏହାକୁ କେନ୍ଦ୍ର କରି ହୋଇଥିବା ଏସିଡ ମାଡରେ 11 ଜଣ ଆହତ ହୋଇଛନ୍ତି।
![ଅରରିୟାରେ 11 ଜଣ ଏସିଡ ଆକ୍ରମଣର ଶିକାର](https://etvbharatimages.akamaized.net/etvbharat/prod-images/768-512-4895685-thumbnail-3x2-bihar.jpg)
ଫଟୋ ସୌଜନ୍ୟ: ଇଟିଭି ଭାରତ
ଏ ଘଟଣା ଅରରିୟାର ଘୁରନା ବଜାରରେ ଘଟିଛି। ଏଠାରେ ରହୁଥିବା ପ୍ରମୋଦ ଠାକୁର ନାମକ ଜଣେ ବ୍ୟକ୍ତି ନିଜ ମାଆଙ୍କ ଅନ୍ତ୍ୟୋଷ୍ଟି କ୍ରିୟାକର୍ମ କରୁଥିଲେ। ଏଥିପାଇଁ ଟେଣ୍ଟ ଲଗାଇବାକୁ ନେଇ ପ୍ରମୋଦ ଓ ତାଙ୍କ ପଡୋଶୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା।
ଭିଡିଓ ସୌଜନ୍ୟ: ଇଟିଭି ଭାରତ
ଧିରେ ଧିରେ ବିବାଦ ବଢିବାରୁ ଅପର ଗୋଷ୍ଠୀ ପ୍ରମୋଦଙ୍କ ସମେତ 10 ଜଣଙ୍କ ଉପରେ ଏସିଡ ଆକ୍ରମଣ କରିଥିଲା। ଏହି ଘଟଣାରେ 3 ଜଣଙ୍କୁ ଗିରଫ କରାଯାଇଥିବା ବେଳେ 10 ଜଣଙ୍କ ବିରୁଦ୍ଧରେ ମାମଲା ଦାଏର କରାଯାଇଛି।
Last Updated : Oct 29, 2019, 5:13 PM IST