ଓଡିଶା

odisha

ETV Bharat / bharat

ଡାକ୍ତରୀ ପାଠ୍ୟକ୍ରମ ପାଇଁ NEET ଏକମାତ୍ର ପ୍ରବେଶିକା ପରୀକ୍ଷା: ସୁୁପ୍ରିମକୋର୍ଟ - NEET ଏକମାତ୍ର ପ୍ରବେଶିକା ପରୀକ୍ଷା

MBBS, MD, BDS ଏବଂ MDS ପାଠ୍ୟକ୍ରମରେ ଛାତ୍ରଛାତ୍ରୀ ଆଡମିଶନ ପାଇଁ ବେସରକାରୀ ଅଣସଂରକ୍ଷିତ ସଂଖ୍ୟାଲଘୁ କଲେଜଗୁଡିକରେ କେବଳ ଜାତୀୟ ଯୋଗ୍ୟତା-କମ-ପ୍ରବେଶିକା ପରୀକ୍ଷା (NEET) ଲାଗୁ ହେବ ବୋଲି ବୁଧବାର ସୁପ୍ରିମକୋର୍ଟ କହିଛନ୍ତି ।

NEET
ସୁୁପ୍ରିମକୋର୍ଟ

By

Published : Apr 30, 2020, 11:37 AM IST

ନୂଆଦିଲ୍ଲୀ: MBBS, MD, BDS ଏବଂ MDS ପାଠ୍ୟକ୍ରମରେ ଛାତ୍ରଛାତ୍ରୀ ଆଡମିଶନ ପାଇଁ ବେସରକାରୀ ଅଣସଂରକ୍ଷିତ ସଂଖ୍ୟାଲଘୁ କଲେଜଗୁଡିକରେ କେବଳ ଜାତୀୟ ଯୋଗ୍ୟତା-କମ-ପ୍ରବେଶିକା ପରୀକ୍ଷା (NEET) ଲାଗୁ ହେବ ବୋଲି ବୁଧବାର ସୁପ୍ରିମକୋର୍ଟ କହିଛନ୍ତି ।

ବିଚାରପତି ଅରୁଣ ମିଶ୍ର, ଭିନେତ୍ ସରନ ଏବଂ ଏମ.ଆର. ଶାହାଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ କହିଛନ୍ତି ଯେ, NEETର ଉଦ୍ଦେଶ୍ୟ ହେଉଛି ଚୟନରେ ନିରପେକ୍ଷତା, ଯୋଗ୍ୟତା ମାନ୍ୟତା ଏବଂ ଛାତ୍ରମାନଙ୍କ ସ୍ବାର୍ଥ ରକ୍ଷା କରିବା । ମୋଟାମୋଟି ଭାବରେ, ବର୍ତ୍ତମାନ ଶିକ୍ଷା ଏହାର ପ୍ରକୃତ ଚରିତ୍ରରୁ ବଞ୍ଚିତ, କାରଣ ଏହା ଏକ ଦ୍ରବ୍ୟରେ ପରିଣତ ହୋଇଛି ବୋଲି ବେଞ୍ଚ କହିଛି।

ଏହା ସିଷ୍ଟମରୁ ଥିବା ଅନିୟମିତତାକୁ ବାହାର କରିବା ଏବଂ ସିଷ୍ଟମକୁ କ୍ଷୟ କରି ଦେଇଥିବା ବିଭିନ୍ନ ଅପବ୍ୟବହାରକୁ ହଟାଇବ। ଗ୍ରହଣ କରାଯାଇଥିବା ପଦକ୍ଷେପ କୌଣସି ଭାଷା ସଂଖ୍ୟାଲଘୁ ଓ ଧାର୍ମିକ ଅନୁଷ୍ଠାନ ଦ୍ବାରା ପରିଚାଳିତ ହେଉଥିବା ସଂସ୍ଥାନର କାର୍ଯ୍ୟାକଳାପରେ ହସ୍ତକ୍ଷେପ କରିବନି ବୋଲି କୋର୍ଟ କହିଛି।

ଏହା ଦ୍ବାରା ସଂଖ୍ୟାଲଘୁ ସଂସ୍ଥାର କୌଣସି ସାମ୍ବିଧାନିକ ଅଧିକାର ଛଡାଇ ନିଆଯିବା କଥା କୁହାଯାଇପାରିବ ନାହିଁ। ଏହା ବୃତ୍ତିଗତ ଶିକ୍ଷା କ୍ଷେତ୍ରରେ ସ୍ବଚ୍ଛତା ଆଣିବା ପାଇଁ ଉଦ୍ଦିଷ୍ଟ। ଏହା ସମସ୍ତ ସଂସ୍ଥା ପାଇଁ ପ୍ରାଜୁଜ୍ୟ ।

ଖଣ୍ଡପୀଠ ଗୁରୁତ୍ବାରୋପ କରିଛନ୍ତି ଯେ ଶିକ୍ଷାନୁଷ୍ଠାନ ଚଳାଇବା ପାଇଁ NEET ସଂଖ୍ୟାଲଘୁ ସମ୍ପ୍ରଦାୟର ମୌଳିକ ଅଧିକାରକୁ ଉଲ୍ଲଂଘନ କରୁନାହିଁ। ପ୍ରକାଶଥାଉକି, ଭେଲୋର ଭିତ୍ତିକ ଖ୍ରୀଷ୍ଟିଆନ ମେଡିକାଲ କଲେଜ (ସିଏମସି) ଆଡମିଶନ ପାଇଁ NEET ବ୍ୟତୀତ ପୃଥକ ପ୍ରବେଶ ପରୀକ୍ଷା ଚାହୁଁଥିବା ମାମଲାରେ ଏହି ରାୟ ଆସିଛି।

ABOUT THE AUTHOR

...view details