ଓଡିଶା

odisha

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ: ସେପ୍ଟେମ୍ବରରେ ହେବ ନିଟ୍ ଓ ଜେଇଇ ପରୀକ୍ଷା

By

Published : Aug 17, 2020, 1:18 PM IST

Updated : Aug 17, 2020, 3:04 PM IST

ଜେଇ ଏଣ୍ଟ୍ରାନ୍ସ ଓ ନିଟ୍ ପରୀକ୍ଷାକୁ ନେଇ ଥିବା ଦ୍ବନ୍ଦ୍ବ ଏବେ ଦୂର ହୋଇଛି । ସେପ୍ଟେମ୍ବର ମାସରେ ନ୍ୟାଶନାଲ ଏଲିଜିବିଲିଟି କମ୍‌ ଏଣ୍ଟ୍ରାନ୍ସ ଟେଷ୍ଟ (ନିଟ୍‌) ଓ ଯୁଗ୍ମ ପ୍ରବେଶିକା ପରୀକ୍ଷା (JEE) ଅନୁଷ୍ଠିତ କରାଯିବ ।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ: ସେପ୍ଟେମ୍ବରରେ ହେବ ନିଟ୍ ଓ ଜେଇଇ ପରୀକ୍ଷା
ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ: ସେପ୍ଟେମ୍ବରରେ ହେବ ନିଟ୍ ଓ ଜେଇଇ ପରୀକ୍ଷା

ମୁମ୍ବାଇ: କୋରୋନା କଟକଣା ମଧ୍ୟରେ ବିଭିନ୍ନ ପରୀକ୍ଷାକୁ ନେଇ ଆଶଙ୍କା ଲାଗିରହିଥିଲା । ସଂକ୍ରମଣ ବଢୁଥିବା ବେଳେ ପରୀକ୍ଷାକୁ ବାତିଲ କରିବାକୁ ଦାଖଲ ହୋଇଥିବା ଆବେଦନର ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ ।

ଜେଇ ଏଣ୍ଟ୍ରାନ୍ସ ଓ ନିଟ୍ ପରୀକ୍ଷାକୁ ନେଇ ଥିବା ଦ୍ବନ୍ଦ୍ବ ଏବେ ଦୂର ହୋଇଛି । ସେପ୍ଟେମ୍ବର ମାସରେ ନ୍ୟାସନାଲ ଏଲିଜିବିଲିଟି କମ୍‌ ଏଣ୍ଟ୍ରାନ୍ସ ଟେଷ୍ଟ(ନିଟ୍‌) ଓ ଯୁଗ୍ମ ପ୍ରବେଶିକା ପରୀକ୍ଷା (JEE) ଅନୁଷ୍ଠିତ କରାଯିବ।

ପୂର୍ବରୁ ଏହି ସମସ୍ତ ପରୀକ୍ଷାକୁ ସ୍ଥଗିତ ରଖିବାକୁ ପିଟିସନ ଦାଖଲ ହୋଇଥିବା ବେଳେ ସୁପ୍ରିମକୋର୍ଟ ସୋମବାର ତାହାକୁ ଖାରଜ କରିଛନ୍ତି । ସେହିପରି ପୂର୍ବରୁ ଦିଲ୍ଲୀ ଓ ମହାରାଷ୍ଟ୍ର ସରକାର ୟୁଜିସି ପରୀକ୍ଷା ବାତିଲ କରିଦେଇଥିବା ବେଳେ ଏହା ନିୟମ ବିରୋଧୀ ବୋଲି ୟୁଜିସି ପକ୍ଷରୁ ଏକ ପିଟିସନ ଦାଖଲ ହୋଇଥିଲା । ୟୁଜିର ନିର୍ଦ୍ଦେଶାବଳୀକୁ ଚ୍ୟାଲେଞ୍ଜ କରୁଥିବା ଆବେଦନ ଉପରେ ସୁପ୍ରିମକୋର୍ଟର ଶୁଣାଣି କରି ରାୟ ସ୍ଥଗିତ ରଖିଛନ୍ତି।

Last Updated : Aug 17, 2020, 3:04 PM IST

ABOUT THE AUTHOR

...view details