କୋଲକାତା: ସୁପ୍ରିମକୋର୍ଟଙ୍କ ଗ୍ରୀନ ସିଗନାଲ ସତ୍ତ୍ବେ ନିଟ ଓ ଜେଇଇ ପରୀକ୍ଷା ବାତିଲ କରିବାକୁ ଦାବି ଜୋର ଧରିଛି । ଟିଏମସିର ପ୍ରତିଷ୍ଠା ଦିବସ ଅବସରରେ ତୃଣମୂଳ କଂଗ୍ରେସ ଛାତ୍ର ପରିଷଦର ସଦସ୍ୟ ପରୀକ୍ଷାକୁ ବିରୋଧରେ ବିକ୍ଷୋଭ କରିବେ ବୋଲି ଜଣାପଡିଛି । ଶୁକ୍ରବାର ମାୟା ରୋଡରେ ଥିବା ଗାନ୍ଧୀ ପ୍ରତିମୂର୍ତ୍ତି ସମ୍ମୁଖରେ ଧାରଣା ଦେବେ ।
ଶୁକ୍ରବାର ନିଟ ଓ ଜେଇଇ ପରୀକ୍ଷା ବିରୋଧରେ ଧାରଣା ଦେବ ଟିଏମସିପି - ନିଟ ଓ ଜେଇଇ ପରୀକ୍ଷା
ଶୁକ୍ରବାର ଟିଏମସି ପ୍ରତିଷ୍ଠା ଦିବସ ପାଳନ କରିବ । ଏହି ଅବସରରେ ତୃଣମୂଳ କଂଗ୍ରେସ ଛାତ୍ର ପରିଷଦର ସଦସ୍ୟମାନେ କେନ୍ଦ୍ରର ନିଟ ଓ ଜେଇଇ ପରୀକ୍ଷାର ନିଷ୍ପତ୍ତି ଉପରେ ଧାରଣା ଦେବ ବୋଲି ଜଣାପଡିଛି । ଅଧିକ ପଢନ୍ତୁ...

ଶୁକ୍ରବାର ନିଟ ଓ ଜେଇଇ ପରୀକ୍ଷା ବିରୋଧରେ ଧାରଣା ଦେବ ଟିଏମସିପି
ପ୍ରତିଷ୍ଠା ଦିବସରେ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସର ଅଧ୍ୟକ୍ଷ ମମତା ବାନାର୍ଜୀ ଭର୍ଚୁଆଲ ରାଲି ମାଧ୍ୟମରେ ଏହି ରାଲିକୁ ସମ୍ବୋଧିତ କରିବେ । 2021 ରାଜ୍ୟ ବିଧାନସଭା ନିର୍ବାଚନ ପୂର୍ବରୁ ଯୁବକମାନଙ୍କୁ ଏକ ’ଦୃଢ ଓ ସ୍ବତନ୍ତ୍ର ବାର୍ତ୍ତା’ ପଠାଇବାର ସମ୍ଭାବନା ରହିଛି।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ