ନୂଆଦିଲ୍ଲୀ: କୋରୋନା ମହାମାରୀର ପ୍ରକୋପ ପରେ ମଧ୍ୟ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି(ଏନଟିଏ) ରବିବାର ସଫଳତା ସହ ନ୍ୟାସନାଲ ଏଲିଜିବିଲିଟି କମ ଏଣ୍ଟ୍ରାନ୍ସ ଟେଷ୍ଟ(ନିଟ୍) ପରୀକ୍ଷା ଆୟୋଜନ କରିଛି। ତେବେ କଡା ସତର୍କତା ସହିତ ପ୍ରାୟ 90% ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ଏନଟିଏ କହିଛି । ଦେଶର 3,800ରୁ ଅଧିକ କେନ୍ଦ୍ରରେ ମେଡିକାଲ ପ୍ରବେଶିକା ପରୀକ୍ଷା (NEET) ଆୟୋଜିତ ହୋଇଥିଲା । ହେଲେ କୋରୋନା ପଜିଟିଭ୍ କାରଣରୁ ପରୀକ୍ଷା ଦେଇ ପାରିନଥିବା ପରୀକ୍ଷାର୍ଥୀଙ୍କ ପାଇଁ ପରେ ତାରିଖ ଘୋଷଣା କରାଯିବ। ଚଳିତ ବର୍ଷଠୁ ଏମବିବିଏସ ପାଠ୍ୟକ୍ରମ ପାଇଁ ଛାତ୍ରଛାତ୍ରୀ ୧୩ଟି ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ(ଏମ୍ସ), ଜବାହରଲାଲ ଇନଷ୍ଟିଚ୍ୟୁଟ ଅଫ ପୋଷ୍ଟ ଗ୍ରାଜୁଏଟ୍ ମେଡିକାଲ ଏଜୁକେସନ ଆଣ୍ଡ ରିସର୍ଚ୍ଚ(JIPMER), ପୁଡୁଚେରୀରେ ନାମ ଲେଖାଇପାରିବେ।
କୋରୋନା ସଙ୍କଟ: ନିଟ୍ ପରୀକ୍ଷା ଦେଲେ 90 ପ୍ରତିଶତ ପରୀକ୍ଷାର୍ଥୀ - Neet exam
କୋରୋନା ମହାମାରୀର ପ୍ରକୋପ ପରେ ମଧ୍ୟ ଏନଟିଏ ରବିବାର ସଫଳତା ସହ ନ୍ୟାସନାଲ ଏଲିଜିବିଲିଟି କମ ଏଣ୍ଟ୍ରାନ୍ସ ଟେଷ୍ଟ(ନିଟ୍) ପରୀକ୍ଷା ଆୟୋଜନ କରିଛି। ତେବେ କଡା ସତର୍କତା ସହିତ ପ୍ରାୟ 90% ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ଏନଟିଏ କହିଛି । ଅଧିକ ପଢନ୍ତୁ...
ନ୍ୟାସନାଲ କମିଶନ ଆକ୍ଟ ୨୦୧୯ ସଂସଦରେ ଗତ ବର୍ଷ ପାରିତ ହେବା ପରେ ଚଳିତ ବର୍ଷଠୁ ନାମ ଲେଖା ପାଇଁ ଏହି ନିୟମ ଲାଗୁ କରାଯାଇଛି। ଚଳିତ ବର୍ଷ ନିଟ୍ ପରୀକ୍ଷା ପାଇଁ 15.97 ଲକ୍ଷ ପରୀକ୍ଷାର୍ଥୀ ପଞ୍ଜିକୃତ ହୋଇଥିଲେ । କୋରୋନା ମହାମାରୀ ହେତୁ ଏହି ପରୀକ୍ଷା ପୂର୍ବରୁ ଦୁଇ ଦୁଇ ଥର ସ୍ଥଗିତ ରଖାଯାଇଥିଲା । ଜାତୀୟ ପରୀକ୍ଷା ଏଜେନ୍ସି (NTA) କହିଛି ଯେ ଏହି ପରୀକ୍ଷା ପାଇଁ ଉପସ୍ଥାନ 85-90 ପ୍ରତିଶତ ମଧ୍ୟରେ ରହିଛି । ତେବେ ସରକାରୀ ଉପସ୍ଥାନ ସଂଖ୍ୟା ଏପର୍ଯ୍ୟନ୍ତ ଉପଲବ୍ଧ ନାହିଁ। 2019ରେ ଉପସ୍ଥାନ 92.9 ପ୍ରତିଶତ ଥିଲା। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ପ୍ରାର୍ଥୀଙ୍କୁ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କ ସୁରକ୍ଷା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି ବୋଲି ଆଶ୍ୱାସନା ଦେଇଥିଲେ । କଂଗ୍ରେସ ନେତା ରାହୁଲ ଗାନ୍ଧୀ ରବିବାର ମେଡିକାଲ ପ୍ରବେଶିକା ପରୀକ୍ଷା ନିଟରେ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇବା ସହ କୋରୋନା ମହାମାରୀ ଏବଂ ବନ୍ୟା ଯୋଗୁଁ ଏହି ପରୀକ୍ଷାରେ ଉପସ୍ଥିତ ହୋଇପାରିନଥିବା ଛାତ୍ରଛାତ୍ରୀଙ୍କୁ ମଧ୍ୟ ସମବେଦନା ଜଣାଇଛନ୍ତି ।
ଯାତାୟାତକୁ ନିୟନ୍ତ୍ରଣ କରିବା ପାଇଁ ଏନଟିଏ ଏଥର କେନ୍ଦ୍ର ସଂଖ୍ୟାକୁ 3862କୁ ବୃଦ୍ଧି କରିଥିଲା , ଯାହାକି 2019ରେ କେନ୍ଦ୍ର ସଂଖ୍ୟା 2,546 ଥିଲା । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରତି ରୁମରେ କେବଳ ୧୨ ଜଣ ପରୀକ୍ଷାର୍ଥୀଙ୍କୁ ବସାଯାଇ ପରୀକ୍ଷା କରାଯାଇଛି। ୨୦୧୯ରେ ପ୍ରତି ରୁମରେ ୨୪ ଜଣ ପରୀକ୍ଷା ଦେଇଥିଲେ। ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ପ୍ରଶ୍ନପତ୍ର ଏତେ କଠିନ ନଥିବା ଅନେକ ପରୀକ୍ଷାର୍ଥୀ କହିଛନ୍ତି।