ଓଡିଶା

odisha

ETV Bharat / bharat

ସେପ୍ଟେମ୍ବର 13ରେ ହେବ ନିଟ୍‌ ପରୀକ୍ଷା, ନୂଆ ପିଟିସନକୁ ଖାରଜ କଲେ ସୁପ୍ରିମକୋର୍ଟ

ନିଟ୍‌ 2020 ପରୀକ୍ଷା ଘୁଞ୍ଚାଇବା ମାମଲା ସୁପ୍ରିମକୋର୍ଟରେ ଖାରଜ ହୋଇଛି । ସେପ୍ଟେମ୍ବର 13 ତାରିଖରେ ହେବାକୁ ଥିବା ନିଟ୍‌ ପରୀକ୍ଷାକୁ ଘୁଞ୍ଚାଇବାକୁ ହୋଇଥିଲା ଆବେଦନ । ଅଧିକ ପଢନ୍ତୁ...

By

Published : Sep 9, 2020, 12:40 PM IST

ସେପ୍ଟେମ୍ବର 13ରେ ହେବ ନିଟ୍‌ ପରୀକ୍ଷା, ନୂଆ ପିଟିସନକୁ ଖାରଜ କଲେ ସୁପ୍ରିମକୋର୍ଟ
ସେପ୍ଟେମ୍ବର 13ରେ ହେବ ନିଟ୍‌ ପରୀକ୍ଷା, ନୂଆ ପିଟିସନକୁ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ନିଟ୍‌ 2020 ପରୀକ୍ଷା ଘୁଞ୍ଚାଇବା ମାମଲା ସୁପ୍ରିମକୋର୍ଟରେ ଖାରଜ । ସେପ୍ଟେମ୍ବର 13 ତାରିଖରେ ହେବାକୁ ଥିବା ନିଟ୍‌ ପରୀକ୍ଷାକୁ ଘୁଞ୍ଚାଇବାକୁ ସର୍ବୋଚ୍ଚ ନ୍ୟାୟାଳୟରେ ପିଟିସନ ଦାଖଲ ହୋଇଥିଲା । ଯାହାକୁ କୋର୍ଟ ଖାରଜ କରିଛନ୍ତି ।

ଏହି ମାମଲାରେ ଦାଖଲ ହୋଇଥିବା ରିଭ୍ୟୁ ପିଟିସନକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ଏହାସହ ମାମଲାରେ ନୂଆ ପିଟିସନ ନେବାକୁ ମଧ୍ୟ କୋର୍ଟ ମନା କରିଛନ୍ତି । ସୂଚନାଥାଉକି, ଅଗଷ୍ଟ 17 ତାରିଖରେ ସୁପ୍ରିମକୋର୍ଟ ନିଟ୍‌-ୟୁଜି ପରୀକ୍ଷା ବାତିଲ କରିବାକୁ ମନା କରିବା ସହ ଜୀବନ ଆଗକୁ ବଢିବା ଜରୁରୀ ବୋଲି କହିଥିଲେ । ଯାହାକୁ ବିରୋଧ କରି ସୁପ୍ରିମକୋର୍ଟରେ 6 ରାଜ୍ୟର ମନ୍ତ୍ରୀ ମାନେ ମିଳିତ ଭାବେ ପିଟିସନ ଦାଖଲ କରିଥିଲେ । ତେବେ ଏହାକୁ ମଧ୍ୟ କୋର୍ଟ ଖାରଜ କରିଥିଲେ ।

ତତ୍କାଳୀନ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଅରୁଣ ମିଶ୍ରଙ୍କ ଖଣ୍ଡପୀଠ ଏହି ମାମଲାକୁ ଖାରଜ କରିଥିଲେ । ତେବେ ଜଷ୍ଟିସ ଅରୁଣ ମିଶ୍ରଙ୍କ ଅବସର ପରେ ପୁଣି ଥରେ ନୂଆ ପିଟିସନ ଦାଖଲ କରିବାକୁ ଆବେଦନ ହୋଇଥିଲା । ଯାହାକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି ।

@ANI

ABOUT THE AUTHOR

...view details