ଓଡିଶା

odisha

ETV Bharat / bharat

ମରିଗଲା ମାନବିକତା, ବିଷ ଦେଇ 400 କୁକୁରଙ୍କୁ ନିର୍ମମ ହତ୍ୟା

ଆନ୍ଧ୍ରପ୍ରଦେଶର ପଶ୍ଚିମ ଗୋଦାବରୀ ଜିଲ୍ଲାର ଚିନ୍ତଲାପୁଡି ପଞ୍ଚାୟତ ଅଧିକାରୀ ମାନେ ପାଖାପାଖି 400ରୁ ଊର୍ଦ୍ଧ୍ବ କୁକୁରଙ୍କୁ ବିଷ ଇଞ୍ଜେକ୍ସନ ଦେଇ ହତ୍ୟା କରିଥିବା ଜଣାପଡିଛି ।

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

By

Published : Aug 29, 2019, 3:23 PM IST

ଅମରାବତୀ: ମରିଗଲା ମାନବିକତା। ଗୋଟିଏ କି ଦୁଇଟି ନୁହେଁ ଏକାଥରେ 400 କୁକୁରଙ୍କୁ ବିଷ ଦେଇ ହତ୍ୟା କରାଯାଇଛି । ଆନ୍ଧ୍ରପ୍ରଦେଶର ପଶ୍ଚିମ ଗୋଦାବରୀ ଜିଲ୍ଲାରେ ଘଟିଛି ଏହି ଅମାନବୀୟ ଘଟଣା । ଚିନ୍ତଲାପୁଡି ପଞ୍ଚାୟତ ଅଧିକାରୀ ଏହି ନୃଶଂସ କାଣ୍ଡ କରିଥିବା ଜଣାପଡିଛି ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ସୂଚନାନୁଯାୟୀ, ଏହି ପଞ୍ଚାୟତ ଅଧିକାରୀମାନେ ପାଖାପାଖି 400 ବୁଲା କୁକୁରଙ୍କୁ ମାରି ଡମ୍ପିଂ ୟାର୍ଡରେ ପୋତି ଦେଇଥିବା ଅଭିଯୋଗ କରିଥିଲେ ଚିଲ୍ଲାପଲ୍ଲୀ ଚାରିଟି । ଏହି ଚାରିଟିର କହିବାନୁଯାୟୀ ପଞ୍ଚାୟତ କର୍ମଚାରୀମାନେ ବୁଲା କୁକୁରଙ୍କୁ ସାଇନାଇଡ ଇଞ୍ଜେକସନ ଦେଇ ମାରିଦେଇଛନ୍ତି ।

ତେବେ ଅଭିଯୋଗ ପରେ ପଶୁ ସମ୍ପଦ ଅଧିକାରୀ ଚିନ୍ତଲାପୁଡି ଡମ୍ପି ୟାର୍ଡରେ ପହଞ୍ଚି ପୋତା ଯାଇଥିବା କୁକୁର ଗୁଡିକର ଅଂଶବିଶେଷକୁ ଏକତ୍ରିତ କରିଥିଲେ । ତଦନ୍ତ ପରେ ଜଣାପଡିଛି ଯେ ପଞ୍ଚାୟତ କର୍ମଚାରୀମାନେ ହିଁ ଏହି କୁକୁରମାନଙ୍କ ହତ୍ୟା କରିଛନ୍ତି । ତେବେ କାହିଁକି ପଞ୍ଚାୟତ କର୍ମଚାରୀମାନେ ଏପରି ଅମାନବୀୟ କାଣ୍ଡ ଭିଆଇଛନ୍ତି ଏନେଇ ସ୍ପଷ୍ଟ ଭାବରେ ଜଣାପଡି ନାହିଁ ।

ABOUT THE AUTHOR

...view details