ଓଡିଶା

odisha

ETV Bharat / bharat

ଆସାମରେ ପୁଣି ବନ୍ୟା ବିତ୍ପାତ୍ତ, ସାଢେ 2 ଲକ୍ଷ ପ୍ରଭାବିତ - 200k in Assam affected due to floods

ମୌସୁମୀ ଆସିବା ପୂର୍ବରୁ ଆସାମରେ ବନ୍ୟା ପରିସ୍ଥିତି । ଲଗାଣ ବର୍ଷାରେ ବେହାଲ ହୋଇପଡିଛି ଉତ୍ତର-ପୂର୍ବର 3 ରାଜ୍ୟ । ଅଧିକ ପଢନ୍ତୁ...

ଆସାମରେ ପୁଣି ବନ୍ୟା ବିତ୍ପାତ୍ତ, ସାଢେ 2 ଲକ୍ଷ ଲୋକ ପ୍ରଭାବିତ
ଆସାମରେ ପୁଣି ବନ୍ୟା ବିତ୍ପାତ୍ତ, ସାଢେ 2 ଲକ୍ଷ ଲୋକ ପ୍ରଭାବିତ

By

Published : May 27, 2020, 10:17 AM IST

ଗୌହ୍ବାଟୀ: ଆସାମ, ମେଘାଳୟ ଓ ଅରୁଣାଚଳ ପ୍ରଦେଶରେ ବନ୍ୟା ପରିସ୍ଥିତି । ମଙ୍ଗଳବାର ଲଗାଣ ବର୍ଷା ଯୋଗୁଁ ଆସାମରେ ଭୟଙ୍କର ବନ୍ୟା ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ରାଜ୍ୟର 7 ଜିଲ୍ଲାର ପ୍ରାୟ ସାଢେ 2 ଲକ୍ଷ ପାଣି ଘେରରେ ରହିଛନ୍ତି । ମେଘାଳୟ ଓ ଅରୁଣାଚଳ ପ୍ରଦେଶର ମଧ୍ୟ ସେହି ସମାନ ଅବସ୍ଥା ।

ଆସାମ ରାଜ୍ୟ ବିପର୍ଯ୍ୟୟ ପ୍ରବନ୍ଧନ ପ୍ରାଧିକରଣ(ASDMA) ଅନୁସାରେ, ଧୋମାଜୀ, ଲାଖୀପୁର, ଦରୋଙ୍ଗ, ଡାରଙ୍ଗ, ନାଲବାରୀ, ଗୋଲପାରା, ଦିବ୍ରୁଗଡ ଓ ତିନସୁକିଆର 17 ଟି ଅଞ୍ଚଳର 229ଟି ଗାଁ ପ୍ରଭାବିତ ହୋଇଛି । ବନ୍ୟାରେ ପ୍ରଭାବିତ 1,94,916 ଲୋକଙ୍କ ମଧ୍ୟରୁ 9,000ଙ୍କୁ ଧମାଜୀ, ଲାଖିମପୁର, ଗୋଲପାରା ଏବଂ ଟିନୁସୁକିଆ ଜିଲ୍ଲାରେ ସ୍ଥାପିତ 35 ଟି ରିଲିଫ କ୍ୟାମ୍ପରେ ଆଶ୍ରୟ ଦିଆଯାଇଛି।

ASDMA କହିଛି ଯେ ବନ୍ୟା ଯୋଗୁଁ ପ୍ରାୟ 1,007 ହେକ୍ଟର ଫସଲ କ୍ଷେତ୍ର ଜଳମଗ୍ନ ହୋଇଛି । ପ୍ରାୟ 16,500 ଘରୋଇ ପଶୁ ଓ କୁକୁଡା ପ୍ରଭାବିତ ହୋଇଛି। ରାଜ୍ୟର ଅଧିକାଂଶ ନଦୀ ଯଥାକ୍ରମେ ସୋନିତପୁର ଏବଂ ନେମାଟିଘାଟ (ଜୋରହାଟ) ରେ ଥିବା ଜିଆ ଭରଲି ଓ ବ୍ରହ୍ମପୁତ୍ର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି।

ଏହା ସହିତ ସୋମବାର ଅରୁଣାଚଳ ପ୍ରଦେଶର ଦିବାଙ୍ଗ ଘାଟି ଜିଲ୍ଲାର ଆରୁଜ ଗାଁରେ ଭୂ-ସ୍କଳନ ହୋଇ ଗୋଟିଏ ପରିବାର 3ଜଣଙ୍କ ମୃତ୍ୟୁ ହୋଇଛି । ଗତ କିଛି ଦିନ ଧରି ରାଜ୍ୟରେ ପ୍ରବଳ ବର୍ଷା ଜାରି ରହିଛି । ଆସାମ ଓ ମେଘାଳୟରେ ମେ 26 ଓ 28 ତାରିଖରେ ପ୍ରବଳ ବର୍ଷା ହେବା ନେଇ ରେର୍ଡ ଆଲର୍ଟ ଜାରି ହୋଇଥିଲା ।

ABOUT THE AUTHOR

...view details