ନୂଆଦିଲ୍ଲୀ: ସାରା ବିଶ୍ବରେ କୋରୋନା ଆତଙ୍କ । ଏପରିସ୍ଥଳେ କୋରୋନା ଲଢେଇରେ ଆଗଧାଡିର ଯୋଦ୍ଧା ସଂକ୍ରମିତ ହେବା ସବୁଠାରୁ ବଡ ଚିନ୍ତାଜନକ ବିଷୟ । ବୁଧବାର ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ କହିଛନ୍ତି ଯେ ଦିଲ୍ଲୀର ପ୍ରାୟ 200 ସ୍ବାସ୍ଥ୍ୟ କର୍ମୀ କୋରୋନାଭାଇରସ ସଂକ୍ରମିତ ରହିଛନ୍ତି ।
ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସୂଚନା ମୁତାବକ 200ରୁ ଅଧିକ ସ୍ବାସ୍ଥ୍ୟକର୍ମୀ (COVID-19) ପଜିଟିଭ୍ ପରୀକ୍ଷା କରିଛନ୍ତି । ଏପର୍ଯ୍ୟନ୍ତ ଦିଲ୍ଲୀରେ 3,314 କୋରୋନାଭାଇରସ୍ ମାମଲା ରିପୋର୍ଟ ହୋଇଛି । ସମସ୍ତ ସ୍ବାସ୍ଥ୍ୟକର୍ମୀଙ୍କୁ ଆବଶ୍ୟକୀୟ ଚିକିତ୍ସା ଯୋଗାଇ ଦିଆଯାଉଥିବା ସେ କହିଛନ୍ତି ।
ଜୈନ କହିଛନ୍ତି ଯେ, କୋରୋନା ରୋଗୀମାନେ କୌଣସି ଲକ୍ଷଣ ଦେଖାଉ ନାହାଁନ୍ତି ସେମାନଙ୍କୁ ଘରେ ଚିକିତ୍ସା କରାଯାଇପାରିବ ।