ଓଡିଶା

odisha

By

Published : Jun 24, 2020, 11:35 AM IST

ETV Bharat / bharat

ବନ୍ଦେ ଭାରତ ମିଶନରେ ବିଦେଶରୁ ଫେରିଛନ୍ତି 1,25,000 ଭାରତୀୟ:ହରଦୀପ ସିଂ ପୁରୀ

ବନ୍ଦେ ଭାରତ ମିଶନ ଅଧିନରେ 1 ଲକ୍ଷ 25 ହଜାର ଭାରତୀୟ ବିଦେଶରୁ ଫେରିଥିବା କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ କହିଛନ୍ତି ।

hardeep singh puri
ବନ୍ଦେ ଭାରତ ମିଶନ ଅଧିନରେ 125000 ଭାରତୀୟ ବିଦେଶରୁ ଫେରିଛନ୍ତି

ନୂଆଦିଲ୍ଲୀ: ବନ୍ଦେ ଭାରତ ମିଶନ ଅଧିନରେ 1 ଲକ୍ଷ 25 ହଜାର ଭାରତୀୟ ବିଦେଶରୁ ଫେରିଥିବା କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ କହିଛନ୍ତି । ଏଥିସହ ସେ ସୂଚନା ଦେଇଛନ୍ତି ଯେ ଜୁନ୍ 23ରେ ବିଦେଶରୁ 6,037 ଲୋକ ଭାରତ ଫେରିଛନ୍ତି।

ସୂଚନା ଅନୁଯାୟୀ, କୋରୋନା ମହାମାରୀକୁ ନେଇ ଲାଗୁ ହୋଇଥିବା ଲକଡାଉନରେ ବିଶରେ ବହୁ ଭାରତୀୟ ଫସିଥିଲେ । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ବନ୍ଦେ ଭାରତ ମିଶନ ଆରମ୍ଭ କରିଛିଲେ । ବର୍ତ୍ତମାନ ଏହି ମିଶନର ତୃତୀୟ ଫେଜ ଜାରି ରହିଛି । ତେବେ ଗତ ମଙ୍ଗଳବାର 6037 ଭାରତୀୟ ବିଦେଶରୁ ଫେରିଥିବା ହରଦ୍ବୀପ ସିଂ ପୁରୀ ଟ୍ବିଟ ଜଡରିଆରେ ସୂଚନା ଦେଇଥିଲେ । ଏଥିସହ ଏହି ମିଶନ ଆରମ୍ଭରୁ ବିଦେଶରେ ଫସି ରହିଥିବା ପ୍ରାୟ 2 ଲକ୍ଷ 50 ହଜାର 087 ଭାରତୀୟ ନାଗରିକଙ୍କୁ ସ୍ବଦେଶ ଫେରାଇ ଅଣାଯାଇଥିବା ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି।

ପ୍ରକାଶ ଥାଉକି, ଗତ ମେ 7ରେ ବନ୍ଦେ ଭାରତ ମିଶନର ପ୍ରଥମ ଫେଜ ଆରମ୍ଭ ହୋଇଥିଲା । ଏହି ମିଶନର ତୃତୀୟ ଫେଜ ଜୁନ୍ 11ରୁ ଆରମ୍ଭ ହୋଇଥିବା ବେଳେ ଜୁନ୍ 30 ପର୍ଯ୍ୟନ୍ତ ମିଶନ ଜାରି ରହିବ । ତୃତୀୟ ଫେଜରେ ଭାରତରେ 191 ଟି ଫିଡର୍ ବିମାନ ସହିତ 550 ବିମାନ ଜଡିତ ରହିଛି ।

ABOUT THE AUTHOR

...view details