ନୂଆଦିଲ୍ଲୀ:ପାଙ୍ଗୋଙ୍ଗ ସୋ ହ୍ରଦ ନିକଟରେ ଥିବା ଫିଙ୍ଗର-4ର ଉଚ୍ଚତମ ପଏଣ୍ଟକୁ କବଜାକୁ ନେଲା ସେନା । ଚୀନ୍ ସେନାକୁ ଚେକ୍ ଦେବା ଏବଂ ଡ୍ରାଗନର ସେନାର ଗତିବିଧି ପରଖିବା ପାଇଁ ଫିଙ୍ଗର-4ର ଉଚ୍ଚତମ ସ୍ଥାନ ଅକ୍ତିଆର କଲା ଭାରତୀୟ ସେନା । ଯେଉଁଠି ଭାରତୀୟ ସେନା ବର୍ତ୍ତମାନ ଚୀନ ସେନାଠୁ ଉଚ୍ଚରେ କ୍ୟାମ୍ପ କରିଛନ୍ତି । ଅଗଷ୍ଟ ଶେଷ ସୁଦ୍ଧା ପାଙ୍ଗୋଙ୍ଗ ସୋ ହ୍ରଦର ଦକ୍ଷିଣ କୂଳ ନିକଟରେ ଉଚ୍ଚତା ଦଖଲ କରିବା ପାଇଁ ଏହି ଅପରେସନ୍ କରାଯାଇଥିଲା ବୋଲି ସୂତ୍ରରୁ ପ୍ରକାଶ ପାଇଛି ।
ଗତ କିଛିଦିନ ଧରି ଏହି ଅଞ୍ଚଳରେ ଭାରତ-ଚୀନ ସେନା ମଧ୍ୟରେ ତିକ୍ତତା ଲାଗି ରହିଥିବା ବେଳେ 45 ବର୍ଷ ପରେ ପ୍ରଥମ ଥର ପାଇଁ ଏଲଏସିରେ ଗୁଳି ବିନିମୟ ମଧ୍ୟ ଘଟିଛି । କିନ୍ତୁ ଏହାରି ଭିତରେ ମଧ୍ୟ ଭାରତୀୟ ସେନା ପଛ ଘୁଞ୍ଚା ନଦେଇ ରଣନୈତିକ ଦୃଷ୍ଟିକୋଣରୁ ଗୁରୁତ୍ବପୂର୍ଣ୍ଣ ସ୍ଥାନ ଅକ୍ତିଆର କରିବାରେ ସକ୍ଷମ ହୋଇଛି ।