ଓଡିଶା

odisha

ETV Bharat / bharat

ବିହାରରେ 220 ଆସନ ଅକ୍ତିଆର କରିବ ଏନଡିଏ: ନିତ୍ୟାନନ୍ଦ ରାୟ - କେନ୍ଦ୍ରମନ୍ତ୍ରୀ ମନ୍ତ୍ରୀ ନିତ୍ୟାନନ୍ଦ ରାୟ

ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ନେତୃତ୍ବରେ ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଇନ୍ସ (ଏନଡିଏ) ଆସନ୍ତା ବିଧାନସଭା ନିର୍ବାଚନରେ ​​220ଟି ଆସନ ଜିତି ବିହାରରେ କ୍ଷମତା ବଜାୟ ରଖିବ ବୋଲି କେନ୍ଦ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ କହିଛନ୍ତି । ଅଧିକ ପଢନ୍ତୁ...

ବିହାରରେ ଏନଡିଏ ​​220ଟି ଆସନ ଜିତିବ: ନିତ୍ୟାନନ୍ଦ ରାୟ
ବିହାରରେ ଏନଡିଏ ​​220ଟି ଆସନ ଜିତିବ: ନିତ୍ୟାନନ୍ଦ ରାୟ

By

Published : Sep 12, 2020, 6:47 PM IST

ପାଟନା: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ନେତୃତ୍ବରେ ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଇନ୍ସ (ଏନଡିଏ) ଆସନ୍ତା ବିଧାନସଭା ନିର୍ବାଚନରେ ​​220ଟି ଆସନ ଜିତି ବିହାରରେ କ୍ଷମତା ବଜାୟ ରଖିବ ବୋଲି କେନ୍ଦ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ କହିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧୀନରେ ସାରା ଦେଶରେ ଚାଲିଥିବା ବିକାଶମୂଳକ କାର୍ଯ୍ୟ, କୋରୋନା ଭାଇରସ ମହାମାରୀ ସମୟରେ ଜନତାଙ୍କୁ ସରକାରଙ୍କ ସହାୟତା ତଥା ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ । ଯାହା ଆଗାମୀ ନିର୍ବାଚନ ପାଇଁ ପ୍ରମୁଖତା ଗ୍ରହଣ କରିବ ବୋଲି ସେ ଉଲ୍ଲେଖ କରିଛନ୍ତି ।

ନିତ୍ୟାନନ୍ଦ କହିଛନ୍ତି ଯେ, ଆଗାମୀ ରାଜ୍ୟ ନିର୍ବାଚନରେ ​​220ଟି ଆସନ ଜିତିବା ପରେ ନୀତୀଶ କୁମାରଙ୍କ ନେତୃତ୍ୱରେ ଏନଡିଏ ସରକାର ଗଠନ କରିବ।

ଶୁକ୍ରବାର ଦିନ ପାଟନାସ୍ଥିତ ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ବିଜେପି ଜାତୀୟ ସଭାପତି ଜେପି ନଡ୍ଡାଙ୍କ ଅଧ୍ୟକ୍ଷତାରେ ଦଳର ନିର୍ବାଚନ ପରିଚାଳନା କମିଟିର ବୈଠକରେ ଯୋଗଦେବା ପରେ କେନ୍ଦ୍ରମନ୍ତ୍ରୀ ଏହା କହିଛନ୍ତି ।

ସୂଚନାଯୋଗ୍ୟ, ବିହାର ବିଧାନସଭା ନିର୍ବାଚନ ଅକ୍ଟୋବର ନଭେମ୍ବର ମାସରେ ହେବ । ଚଳିତ ବିଧାନସଭା କାର୍ଯ୍ୟକାଳ ନଭେମ୍ବର 29ରେ ଶେଷ ହେବ । କୋରୋନା ଭାଇରସ ମହାମାରୀ ଯୋଗୁଁ ବିହାରରେ ଭୋଟଦାନ ତାରିଖ ନିର୍ଦ୍ଧାରିତ କରାଯାଇନାହିଁ ।

@PTI

ABOUT THE AUTHOR

...view details