ଓଡିଶା

odisha

ETV Bharat / bharat

ବିହାରରେ 5 ବର୍ଷ ଶାସନ କରିବ ଏନଡିଏ: ସାହାନବାଜ ହୁସେନ

ଭାଜପାର ରାଷ୍ଟ୍ରୀୟ ମୁଖପାତ୍ର ଶାହାନହାଜ ହୁସେନଙ୍କ ଦମ୍ଭୋକ୍ତି , ବିହାରରେ 5 ବର୍ଷ ଶାସନ କରିବ ଏନଡିଏ । ପଢନ୍ତୁ ଅଧିକ.....

By

Published : Nov 15, 2020, 9:22 PM IST

vବିହାରରେ 5 ବର୍ଷ ଶାସନ କରିବ ଏନଡିଏ : ସାହାନବାଜ ହୁସେନ
ବିହାରରେ 5 ବର୍ଷ ଶାସନ କରିବ ଏନଡିଏ : ସାହାନବାଜ ହୁସେନ

ନୂଆଦିଲ୍ଲୀ: ନୀତୀଶ କୁମାରଙ୍କ ନେତୃତ୍ବରେ ବିହାରରେ 5 ବର୍ଷ ଶାସନ କରିବ ଏନଡିଏ । ଏପରି କହିଛନ୍ତି ଭାଜପାର ରାଷ୍ଟ୍ରୀୟ ମୁଖପାତ୍ର ଶାହାନହାଜ ହୁସେନ । ଇଟିଭି ଭାରତକୁ ଦେଇଥିବା ପ୍ରତିକ୍ରିୟାରେ ହୁସେନ୍‌ କହିଛନ୍ତି ଯେ ବିହାରର ଲୋକମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ବିଶ୍ବାସ ପ୍ରଦର୍ଶନ କରିଥିବାରୁ ଏନଡିଏ କ୍ଷମତାକୁ ଆସିବା ସହ ସଫଳତାର ସହ 5 ବର୍ଷ ପୂରଣ ମଧ୍ୟ କରିବ ।

ବିହାରରେ 5 ବର୍ଷ ଶାସନ କରିବ ଏନଡିଏ : ସାହାନବାଜ ହୁସେନ

ସେ ଆହୁରି ମଧ୍ୟ କହିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନେତୃତ୍ବରେ ସରକାର ଗଠନ ହୋବାକୁ ଯାଉଛି। କେନ୍ଦ୍ର ରାଜ୍ୟ ସରକାର ଯେପରି କରିଆସୁଛନ୍ତି ସେପରି ସମର୍ଥନ ଜାରି ରଖିବେ। ଯେତେବେଳେ ହିନ୍ଦୁସ୍ତାନୀ ଆୱାମ ମୋର୍ଚା ଏବଂ ବିକାଶସିଲ ଇନସାନ ପାର୍ଟି ଏନଡିଏରେ ପାଞ୍ଚ ବର୍ଷ ରହିବେ କି ବୋଲି ପଚରାଯିବାରୁ ହୁସେନ୍ କହିଛନ୍ତି ଯେ ମିଳିତ ମଞ୍ଚରେ ସହଯୋଗୀ ଦଳର ଗୁରୁତ୍ବ ଦିଆଯାଏ ।

ଚଳିତ ନିର୍ବାଚନରେ ଏନଡିଏ ବହୁମତ ହାସଲ କରିବା ପରେ ଜେଡିୟୁ ମୁଖ୍ୟ ନୀତୀଶ କୁମାର ପାଟନାରେ ଅନୁଷ୍ଠିତ ଏକ ସଭାରେ ଏନଡିଏ ବିଧାନସଭା ଦଳର ନେତା ଭାବରେ ସର୍ବସମ୍ମତି କ୍ରମେ ନିର୍ବାଚିତ ହୋଇଥିଲେ ଏବଂ ବିହାରର ମୁଖ୍ୟମନ୍ତ୍ରୀ ଭାବରେ କ୍ରମାଗତ ଚତୁର୍ଥ ଥର ପାଇଁ ପ୍ରତ୍ୟାବର୍ତ୍ତନ କରିବାକୁ ଯାଉଛନ୍ତି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details