ନୂଆଦିଲ୍ଲୀ:ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଶୁକ୍ରବାର ବିହାର ଦଳର ନେତାମାନଙ୍କୁ କହିଛନ୍ତି ଯେ ରାଜ୍ୟରେ ଶାସକ ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଇନ୍ସ (ଏନଡିଏ) ଅକ୍ଷୁର୍ଣ୍ଣ ରହିଛି ଓ ଆଗାମୀ ବିଧାନସଭା ନିର୍ବାଚନରେ ଦୁଇ ଦଳ ଏକାଠି କାମ କରିବେ । ଭିଡିଓ କନଫରେନ୍ସିଂ ମାଧ୍ୟମରେ ବିହାର ନେତାଙ୍କ ସହ ଏକ ବୈଠକରେ ସେ କୋରୋନା ଭାଇରସ ସଙ୍କଟରେ ପୀଡିତ ଲୋକଙ୍କ ପାଇଁ କଲ୍ୟାଣମୂଳକ କାର୍ଯ୍ୟ ଜାରି ରଖିବାକୁ କହିଥିଲେ।
ଏନଡିଏ ମିଳିତ ଭାବେ ବିହାର ନିର୍ବାଚନ ଲଢିବ: ନଡ୍ଡା - NDA
ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଜେପି ନଡ୍ଡା ଶୁକ୍ରବାର ବିହାର ଦଳର ନେତାମାନଙ୍କୁ କହିଛନ୍ତି ଯେ ରାଜ୍ୟରେ ଶାସକ ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଇନ୍ସ (ଏନଡିଏ) ଅକ୍ଷୁର୍ଣ୍ଣ ରହିଛି ଓ ଆଗାମୀ ବିଧାନସଭା ନିର୍ବାଚନରେ ଦୁଇ ଦଳ ଏକାଠି କାମ କରିବେ ।
ବିଧାନସଭା ନିର୍ବାଚନକୁ ନେଇ ଚାଲିଥିବା କଳ୍ପନାଜଳ୍ପନା ମଧ୍ୟରେ ସେ କହିଛନ୍ତି ଯେ ଏହି ବିଷୟରେ ନିର୍ବାଚନ ଆୟୋଗ ନିଷ୍ପତ୍ତି ନେବେ। ଅକ୍ଟୋବର-ନଭେମ୍ବରରେ ରାଜ୍ୟ ନିର୍ବାଚନ ହେବାକୁ ଯାଉଛି କିନ୍ତୁ କୋଭିଡ-19ର ବଢୁଥିବା ମାମଲାକୁ ଦୃଷ୍ଟିରେ ରଖି ବିରୋଧୀ ଆରଜେଡି ଓ ଲୋକ ଜନଶକ୍ତି ପାର୍ଟି ସମେତ କେତେକ ଦଳର ନିର୍ବାଚନକୁ ଘୁଞ୍ଚାଇବା ଦାବି କାରଣରୁ ଅନିଶ୍ଚିତତା ସୃଷ୍ଟି ହୋଇଛି ।
ସୂଚନାଯୋଗ୍ୟ, ଏନଡିଏ ଅନ୍ତର୍ଭୁକ୍ତ ବିଜେପି, ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନେତୃତ୍ବାଧୀନ ଜେଡିୟୁ ଓ କେନ୍ଦ୍ର ମନ୍ତ୍ରୀ ରାମବିଳାସ ପାସୱାନଙ୍କ ଏଲଜେପି ସହ ମିଶି ନିର୍ବାଚନ ଲଢିବ । ତେବେ ଏ ସମୟରେ ନଡ୍ଡାଙ୍କ ବୟନା ମହତ୍ତ୍ବପୂର୍ଣ୍ଣ କାରଣ କିଛି ମାସ ହେବ ଏଲଜିପି ଓ ଜେଡିୟୁ ମଧ୍ୟ ମତଭେଦ ଦେଖାଦେଇଛି । ତେବେ ଦଳର ମହାସଚିବ ଭୁପେନ୍ଦ୍ର ଯାଦବଙ୍କ ସମେତ ବିଜେପିର ବରିଷ୍ଠ ନେତାମାନେ ମିଳିତ ଭାବେ ଏହି ପାର୍ଥକ୍ୟକୁ ପ୍ରତ୍ୟାଖ୍ୟାନ କରିଛନ୍ତି ଓ ନିର୍ବାଚନମଣ୍ଡଳୀ ଏକତ୍ର ବିଧାନସଭା ନିର୍ବାଚନ ଲଢିବେ ବୋଲି କହିଛନ୍ତି।