ଓଡିଶା

odisha

ବିହାର ବିଧାନସଭା ନିର୍ବାଚନ: ଛଟ ପୂଜା ପର୍ଯ୍ୟନ୍ତ ମାଗଣା ଶସ୍ୟ ଘୋଷଣା କଲେ ପିଏମ

By

Published : Nov 1, 2020, 12:29 PM IST

ଦ୍ବିତୀୟ ପର୍ଯ୍ୟାୟ ବିହାର ବିଧାନସଭା ନିର୍ବାଚନ ଲାଗି ଆଜି ଶେଷ ପ୍ରଚାର ଦିନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିହାରର ଛପରା ଏକ ଜନସଭାକୁ ସମ୍ବୋଧିତ କରି ଛଟ ପୂଜା ପର୍ଯ୍ୟନ୍ତ ମାଗଣା ଶସ୍ୟ ଯୋଗାଇବେ ବୋଲି ଘୋଷଣା କରିଛନ୍ତି । ଅଧିକ ପଢନ୍ତୁ...

ଛଟ ପୂଜା ପର୍ଯ୍ୟନ୍ତ ମାଗଣା ଶସ୍ୟ ଘୋଷଣା କଲେ ପିଏମ
ଛଟ ପୂଜା ପର୍ଯ୍ୟନ୍ତ ମାଗଣା ଶସ୍ୟ ଘୋଷଣା କଲେ ପିଏମ

ଛପରା: ବିହାର ବିଧାନସଭା ନିର୍ବାଚନକୁ ନେଇ ପ୍ରଧାନମନ୍ତ୍ରୀଙ୍କ ବଡ ଘୋଷଣା । ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନୀ ପ୍ରଚାରର ଶେଷ ଦିନରେ ବିହାରବାସୀଙ୍କ ପାଇଁ ମାଗଣା ଶସ୍ୟ ଘୋଷଣା କଲେ ପିଏମ । ବିହାରର ଗଣପର୍ବ ଛଟ ପୂଜା ପର୍ଯ୍ୟନ୍ତ ଏନଡିଏ ସରକାର ପକ୍ଷରୁ ଯୋଗାଇ ଦିଆଯିବ ମାଗଣା ଶସ୍ୟ ।

ଦ୍ବିତୀୟ ପର୍ଯ୍ୟାୟ ବିହାର ବିଧାନସଭାର ନିର୍ବାଚନର ଆଜି ଶେଷ ପ୍ରଚାର ଦିନ । ଏହି ଅବସରରେ ପ୍ରଧାନମନ୍ତ୍ରୀ ବିହାରର 4ଟି ଜିଲ୍ଲାରେ ରାଲି କରିବେ । ପ୍ରଥମେ ଛପରା ପହଞ୍ଚି ଏକ ଜନସଭା ବେଶକୁ ସମ୍ବୋଧିତ କରିଛନ୍ତି । କୋଭିଡ ମହାମାରୀ କବଳରୁ କେହି ବଞ୍ଚିତ ହୋଇନାହାଁନ୍ତି । ବଡ ବଡ ବିକଶିତ ଦେଶ ମଧ୍ୟ ସଂକ୍ରମଣ ଯୋଗୁଁ ପ୍ରଭାବିତ ହୋଇଛନ୍ତି । କିନ୍ତୁ ଏନଡିଏ ସରକାର ସଂକ୍ରମଣର ପ୍ରଥମ ଦିନରୁ ପାରୁପର୍ଯ୍ୟନ୍ତ ପ୍ରତିଟି ଗରିବ ଲୋକଙ୍କ ସହ ଛିଡା ହେବାକୁ ଉଦ୍ୟମ କରିଆସିଛି ବୋଲି ମୋଦି ନିଜ ଭାଷଣରେ କହିଥିଲେ ।

ଆଗକୁ ବିହାର ଗଣ ପର୍ବ ଛଟ ପୂଜା ଆସୁଥିବାରୁ ସମସ୍ତେ ପୂର୍ବ ପରି ଉତ୍ସାହର ସହିତ ପାଳିବେ । ଏଥିପାଇଁ କୌଣସି ପରିବାର ମହିଳାଙ୍କୁ ଚିନ୍ତା କରିବାର ଆବଶ୍ୟକ ନାହିଁ । କାରଣ ପ୍ରତିଟି ଗରିବ ପରିବାରକୁ ଛଟ ପୂଜା ପର୍ଯ୍ୟନ୍ତ ମାଗଣା ଶସ୍ୟ ଯୋଗାଇ ଦିଆଯିବ ବୋଲି ମୋଦି ଘୋଷଣା କରିଛନ୍ତି । ଯେଉଁମାନେ ଏନଡିଏକୁ ଭୋଟ ଦେବେ ନାହଁ ସେମାନେ କେବଳର ନିଜର ଚିନ୍ତା କରନ୍ତି, ଗରିବ ପରିବାର ପ୍ରତି ନୁହେଁ । ଆଉ ଯଦି ଏନଡିଏକୁ ଭୋଟ ଦିଆଯାଏ ତେବେ ବିହାରକୁ ବିମାର(ସଂକ୍ରମିତ) ହେବାରୁ ବଞ୍ଚିତ କରିପାରିବେ ବୋଲି ମୋଦି କହିଛନ୍ତି ।

ସୂଚନାଯୋଗ୍ୟ, ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ନଭେମ୍ବର 3 ତାରିଖରେ 17ଟି ଜିଲ୍ଲାର 94 ନିର୍ବାଚନମଣ୍ଡଳୀ ଅନୁଷ୍ଠିତ ହେବ । ତୃତୀୟ ଅର୍ଥାତ ଶେଷ ପର୍ଯ୍ୟାୟ 7 ନଭେମ୍ବର ଅନୁଷ୍ଠିତ ହେବାକୁ ଥିବାବେଳେ 15 ଜିଲ୍ଲା ପାଇଁ 78 ସିଟ ପାଇଁ ହେବ ଗ୍ରହଣ ।

ABOUT THE AUTHOR

...view details