ନୂଆଦିଲ୍ଲୀ: ଲୋକସଭା ନିର୍ବାଚନରେ ବିଜେପି ଓ ତାର ମେଣ୍ଟ ଦଳ ଏନଡିଏ ହାସଲ କରିଛି ପୂର୍ଣ୍ଣ ବହୁମତ । ଭାରତ ସ୍ବାଧୀନ ହେବା ପରେ ଏକାକୀ କୌଣସି ଦଳ ସଂଖ୍ୟା ଗରିଷ୍ଠତାରେ ପ୍ରଥମ । ଦଳ ପୂର୍ବ ନିର୍ବାଚନରେ ମଧ୍ୟ ବହୁମତ ପାଇଥିଲା । କିନ୍ତୁ ରାଜ୍ୟସଭାରେ ଅନେକ ବିଲ ପାସ୍ କରିବାରେ ଦଳ ବିଫଳ ହୋଇଛି । କାରଣ ରାଜ୍ୟସଭାରେ ଏନଡିଏର ନଥିଲା ବହୁମତ ।
ରାଜ୍ୟସଭା ଅକ୍ତିଆର ଲକ୍ଷ୍ୟରେ ଏନଡିଏ - rajyasabha
ଲୋକସଭାରେ ଏନଡିଏ ବହୁମତ ହାସଲ କରିବା ପରେ ଏବେ ରାଜ୍ୟସଭା ଉପରେ ଦଳର ନଜର । 2020 ନଭେମ୍ବରରେ 75 ଆସନରେ ନିର୍ବାଚନ ହେବାକୁ ଥିବା ବେଳେ ବିଜେପି ପାଇପାରେ 19 ଆସନ ।
ମୋଟ 245 ଆସନ ବିଶିଷ୍ଟ ରାଜ୍ୟସଭାରେ ଏନଡିଏର ସମୁଦାୟ ସଦସ୍ୟ ସଂଖ୍ୟା 107 । ବହୁମତ ପାଇଁ ଆବଶ୍ୟକ 123 ସଦସ୍ୟ । ଯାହାଫଳରେ ସରକାରରେ ଥାଇ ମଧ୍ୟ ତ୍ରିପଲ ତଲାକ୍ ବିଲ, ନାଗରିକ ସଂସୋଧନ ବିଲ ଏବଂ ମୋଟର ଯାନ ଆଇନ୍ ଇତ୍ୟାଦି ପାସ କରିବାରେ ଫେଲ ମାରିଥିଲା ମୋଦି ସରକାର ।
2020 ନଭେମ୍ବରରେ ହେବାକୁ ଯାଉଛି 75ଟି ରାଜ୍ୟସଭା ଆସନରେ ନିର୍ବାଚନ । ପ୍ରାୟ 14 ଟି ରାଜ୍ୟରୁ ମନୋନୀତ ହେବେ ରାଜ୍ୟସଭା ସାଂସଦ । ଉତ୍ତରପ୍ରଦେଶ, ବିହାର, ଛତିଶଗଡ ଓ ମଧ୍ୟପ୍ରଦେଶ ଭଳି ରାଜ୍ଯ ରହୁଥିବାରୁ ବିଜେପି ପାଖାପାଖି 19 ଜଣ ସଦସ୍ଯଙ୍କୁ କରିପାରେ ନିର୍ବାଚିତ । ଯଦ୍ବାରା ଏନଡିଏର ସଦସ୍ୟ ସଂଖ୍ୟା ରାଜ୍ୟ ସଭାରେ 125ରେ ପହଁଚିବ । ଦୀର୍ଘ ପନ୍ଦର ବର୍ଷ ପରେ କୌଣସି ଏକ ସରକାର ଏହି ସଦନରେ ଲାଭ କରିବାକୁ ଯାଉଛି ବହୁମତ ।