ହାଇଦ୍ରାବାଦ: ବିଗତ କିଛି ବର୍ଷ ଧରି ହିଂସା ଓ ଅପରାଧିକ କାର୍ଯ୍ୟ ସମ୍ପର୍କରେ ଗଣମାଧ୍ୟମର ମୁଖ୍ୟ ଖବରକୁ ରାଷ୍ଟ୍ରୀୟ ଅପରାଧ ରେକର୍ଡ ବ୍ୟୁରୋ (NCRB) ରିପୋର୍ଟରେ ସ୍ଥାନ ମିଳିନାହିଁ। ରିପୋର୍ଟ ପ୍ରସ୍ତୁତ କିପରି ହେବା ଉଚିତ ଓ ଅପରାଧର ଏକ ବିଶେଷ ଶ୍ରେଣୀକୁ କେତେ ମହତ୍ତ୍ବ ମିଳିବା ଦରକାର ତାହା ଶାସନ କ୍ଷମତାରେ ଥିବା ଦଳର ବିଚାରଧାରା ସ୍ଥିର କରିଥାଏ। ଆଦର୍ଶଗତ ଭାବରେ ଅପରାଧର ପ୍ରକୃତି ଯାହାକି ଏନସିଆରବିର ନୂତନ ୨୦୧୯ ‘କ୍ରାଇମ ଇନ ଇଣ୍ଡିଆ’ ରିପୋର୍ଟରେ ସ୍ଥାନ ମିଳିବାର ଥିଲା, ଯାହା ୨୦୧୮ ସମୟରେ ଅପରାଧିକତାକୁ ଘୃଣା କରୁଥିବା ଅପରାଧ ହେବା ଉଚିତ, ଯେଭଳି ଅଳ୍ପସଂଖ୍ୟକ ସମୁଦାୟର ଲୋକମାନଙ୍କୁ ତଥା କଥିତ ଭାବରେ ଗୋହତ୍ୟା ଓ ଗୋମାଂସ ବ୍ୟବସାୟ ସହିତ ଯୋଡ଼ାଯାଉଛି। ହ୍ବାଟସଆପ ଭଳି ନୂଆପୀଢ଼ିର ମେସେଜ ପ୍ଳାଟଫର୍ମ ଯାହା ଘୃଣା ଖବରର ବାହକ ହୋଇଛି, ତାହା ଏହି ହତ୍ୟା ପଛରେ ରହିଛି। ଏନସିଆରବିର ରିପୋର୍ଟ ଉତ୍ତେଜନା ଓ ହିଂସା ଉପରେ ବି ନୀରବ ରହିଛି। ଯେଉଁଥିରେ ଉତ୍ତର ଭାରତର ଗ୍ରାମାଞ୍ଚଳରେ ଗୋହତ୍ୟା ଉପରେ ପ୍ରତିବନ୍ଧକ ଲଗାଯାଇଛି। ବୁଲା ଗୋରୁ, ଯେଉଁମାନଙ୍କୁ ପ୍ରଥମେ କଂସେଇଖାନାକୁ ପଠାଯାଉଥିଲା ଏବେ ସେହି ପଶୁମାନେ କୃଷି କ୍ଷେତ୍ର ଓ ଘରମାନଙ୍କରେ ପଶୁଥିବାରୁ ଅସନ୍ତୋଷ ଓ ହିଂସା ବଢ଼ିବାରେ ଲାଗିଛି। ଧର୍ମ ସୁରକ୍ଷା ପାଇଁ କାମ କରୁଥିବା ଲୋକ ଓ ଦଣ୍ଡ ଦେଉଥିବା ଆଇନର ଭୟରେ ଗ୍ରାମାଞ୍ଚଳରେ କୌଣସି କାମରେ ଆସୁନଥିବା ପଶୁମାନଙ୍କ ବିରୋଧରେ ପଦକ୍ଷେପ ନେଇପାରୁନାହାନ୍ତି। କିନ୍ତୁ ଏହାଦ୍ବାରା କୃଷି କ୍ଷେତ୍ରକୁ ନେଇ ଗମ୍ଭୀର ବିବାଦ ହେବାରେ ଲାଗିଛି। ରାଗରେ ଜର୍ଜରିତ ଗ୍ରାମବାସୀଙ୍କ ମଧ୍ୟରେ ଆଦର୍ଶଗତ ଭାବେ ହେଉଥିବା ମୁକାବିଲାକୁ ଗ୍ରାମାଞ୍ଚଳ ଦଙ୍ଗା ଶ୍ରେଣୀରେ ସାମିଲ କରାଯିବା ଉଚିତ। କିନ୍ତୁ ଏହି ରିପୋର୍ଟକୁ କୃଷକମାନେ ଅସୁବିଧାଜନକ ବୋଲି କହିଛନ୍ତି। ୨୦୧୬ ପର୍ଯ୍ୟନ୍ତ ଏନସିଆରବି ‘କୃଷି ଦଙ୍ଗା’କୁ ଏକ ଉପ-ବିଭାଗରେ ସାମିଲ କରିଥିଲେ। ଯାହା ଫଳରେ ୨୦୧୪ରେ ୬୨୮ଟି ମାମଲା ଓ ୨୦୧୫ରେ ପୂର୍ବ ବର୍ଷ ହୋଇଥିବା ମାମଲାର ୩୨୭ ପ୍ରତିଶତ ବୃଦ୍ଧି ପାଇଛି। ଏହା ପରେ ଗ୍ରାମାଞ୍ଚଳରେ ଦଙ୍ଗା ସଂଖ୍ୟା ବହୁତ ବୃଦ୍ଧି ପାଇଥିଲା। ଗ୍ରାମୀଣ ରୋଜଗାର ଗ୍ୟାରେଣ୍ଟି ଯୋଜନା ଓ ଭୂମି ବିବାଦ ହ୍ରାସ ପାଇବା ପରେ ଗ୍ରାମାଞ୍ଚଳ ଦଙ୍ଗାକୁ ଏନସିଆରବି ରିପୋର୍ଟରୁ ଦୂର କରାଯାଇଛି। କୌଣସି ଶ୍ରେଣୀର ହଜିଯାଇଥିବା ଘଟଣାର ସାମାନ୍ୟ ସ୍ପଷ୍ଟୀକରଣ ହେଉଛି ଏହା ମହତ୍ତ୍ବପୂର୍ଣ୍ଣ ସଂଖ୍ୟାରେ ନଥିଲା। ଏଥିପାଇଁ ସେମାନେ ଏପରି ଘଟଣା ଉପରେ ବିଶେଷ ଗୁରୁତ୍ବ ଦେଇନାହାନ୍ତି। କୃଷି ସଂକଟ ବୃଦ୍ଧି ପାଇବା ଓ ନିଜର ଦୁଃଖପୂର୍ଣ୍ଣ ଦୁର୍ଦ୍ଦଶାକୁ ଜଣାଇବା ପାଇଁ କୃଷକମାନଙ୍କ ଦ୍ବାରା ଆନ୍ଦୋଳନ କରିବା ଓ ଆନ୍ଦୋଳନରତ କୃଷକଙ୍କ ଏହି ରିପୋର୍ଟକୁ ଏନସିଆରବି କିପରି ତଳକୁ ଖସାଇ ଦେଇଥିଲା ତାହା ଆଶ୍ଚର୍ଯ୍ୟଜନକ।
କୃଷି କ୍ଷେତ୍ର ସମ୍ବେଦନଶୀଳ କ୍ଷେତ୍ରମାନଙ୍କ ମଧ୍ୟରୁ ଅନ୍ୟତମ। ଚାଷୀମାନେ କାହିଁକି ଆତ୍ମହତ୍ୟା କରୁଛନ୍ତି ତାହା ବର୍ଣ୍ଣନା କରିବା ପାଇଁ ସରକାର ସଂଘର୍ଷ କରୁଛନ୍ତି। 1991ରେ ଦେଶରେ ଅର୍ଥନୈତିକ ସଂସ୍କାର କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ଚାଷୀମାନଙ୍କୁ ନଗଦ ପ୍ରାପ୍ୟ ପାଇବାକୁ ଚାଷ କରିବା ପାଇଁ ପ୍ରୋତ୍ସାହିତ କରିବା ପରେ ଏହି ଘଟଣାକୁ ଗୁରୁତ୍ବାପ ମିଳିଥିଲା। ଖରାପ ମୌସୁମ ଓ ଠିକ ଭାବରେ ଜଳ ସେଚନର ଅଭାବ ଯୋଗୁଁ ଫସଲ ଖରାପ ହୋଇଯିବା ପରେ ଉଚ୍ଚ ହାରରେ ଲାଭ ପାଇବା ଆଶାରେ ଅତ୍ୟଧିକ ସୁଧରେ ଗ୍ରାମାଞ୍ଚଳର ଋଣଦାତାମାନଙ୍କଠାରୁ ନେଇଥିବା ଋଣ କୃଷକମାନଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରିଛି। ୨୦୧୮ର ପରିସଂଖ୍ୟାନ ଅନୁସାରେ କୃଷକମାନଙ୍କ ଆତ୍ମହତ୍ୟା ସଂଖ୍ୟା ହ୍ରାସ ପାଇଛି। ଏହାର ବିପରୀତ ବେରୋଜଗାର ଯୋଗୁଁ ଯୁବକମାନଙ୍କ ଆତ୍ମହତ୍ୟା ସଂଖ୍ୟା ୧୨,୯୩୬ରେ ପହଞ୍ଚିଛି। ୨୦୧୭ ତୁଳନାରେ ଏହା କମ ହୋଇଥିଲେ ହେଁ ଏହାରଅଧିକାଂଶ ରିପୋର୍ଟ ସରକାରଙ୍କୁ ମିଳୁପାରୁନାହିଁ। କିନ୍ତୁ ୪୨ ବର୍ଷ ପର୍ଯ୍ୟନ୍ତ ବେରୋଜଗାର ରିପୋର୍ଟ ସହିତ ଏ ସମ୍ପର୍କରେ ଆଗାମୀ ଏନସିଆରବି ରିପୋର୍ଟରେ ଏହା କିପରି ସ୍ଥାନ ପାଇବ ବୋଲି ଚିନ୍ତା କରାଯାଇପାରେ।
ମହିଳାମାନଙ୍କ ବିରୋଧରେ ହେଉଥିବା ଅପରାଧର ପ୍ରକୃତ ସଂଖ୍ୟା ଦର୍ଶାଇବାକୁ ସରକାର ଓ ରାଜନୈତିକ ଦଳମାନେ ଭୟ କରୁଛନ୍ତି। ୨୦୧୮ରେ ଭାରତରେ ପ୍ରତି ୧୫ ମିନିଟରେ ଜଣେ ମହିଳାଙ୍କ ସହିତ ଦୁଷ୍କର୍ମ କରାଯାଇଛି ଓ ୯୪ ପ୍ରତିଶତ ଅପରାଧି ପୀଡ଼ିତମାନଙ୍କର ଜଣାଶୁଣା। ସେହି ବର୍ଷ ୩୩, ୩୫୬ଟି ଦୁଷ୍କର୍ମ ମାମଲା ପଞ୍ଜିକରଣ କରାଯାଇଥିଲା, କିନ୍ତୁ ପ୍ରକୃତ ପକ୍ଷେ ଏହି ସଂଖ୍ୟା ବହୁତ କମ ବୋଲି ଆଲୋଚନା ହେଉଛି। ବଡ଼ ଲଜ୍ଜାର କଥା ଏହି ଅପରାଧ ସହିତ ଜଡ଼ିତ ରହି ପଞ୍ଜିକୃତ ହୋଇଥିବା ମାମଲା ସଂଖ୍ୟା ବରଫ ପର୍ବତରୁ ଟିପେ ମାତ୍ର।