ଓଡିଶା

odisha

ETV Bharat / bharat

ମନ୍ତ୍ରୀଙ୍କ ବାସଭବନରେ କଙ୍କଡା ଛାଡିଲେ ବିକ୍ଷୋଭକାରୀ

ମହାରାଷ୍ଟ୍ରର ଜଣେ ମନ୍ତ୍ରୀଙ୍କ ଉପରେ ଅସନ୍ତୁଷ୍ଟ ହୋଇ ତାଙ୍କ ବାସଭବନରେ ଶହଶହ କଙ୍କଡା ଛାଡିଲେ ବିକ୍ଷୋଭକାରୀ ।

By

Published : Jul 9, 2019, 9:20 PM IST

ଫଟୋ ସୌଜନ୍ୟ: ଟ୍ବିଟର@ANI

ମୁମ୍ବାଇ: ପୁନେରେ ଦେଖିବାକୁ ମିଳିଛି ଏକ ନିଆରା ବିରୋଧ ପ୍ରଦର୍ଶନ । ମହାରାଷ୍ଟ୍ରର ଜଣେ ମନ୍ତ୍ରୀଙ୍କ ଉପରେ ଅସନ୍ତୁଷ୍ଟ ହୋଇ ତାଙ୍କ ବାସଭବନରେ ଶହ ଶହ କଙ୍କଡା ଛାଡିଲେ ବିକ୍ଷୋଭକାରୀ । ଯାହାର ଏକ ଭିଡିଓ ଏବେ ଭାଇରାଲ ହେଉଛି ।

ଭିଡିଓ ସୌଜନ୍ୟ: ଟ୍ବିଟର@ANI

ସୂଚନା ମୁତାବକ, ଗତ କିଛି ଦିନ ତଳେ ମହାରାଷ୍ଟ୍ର ରତ୍ନଗିରି ଜିଲ୍ଲା ସ୍ଥିତ ତିୱାରୀ ଡ୍ୟାମ ଭୁଶୁଡି 19 ଜଣଙ୍କର ମୃତ୍ୟୁ ଘଟିଥିଲା । ତେବେ ଏଭଳି ଦୁଃଖଦ ଘଟଣାରେ ମହାରାଷ୍ଟ୍ରର ଜଳ ସଂରକ୍ଷଣ ମନ୍ତ୍ରୀ ତାନାଜୀ ସାୱନ୍ତ ଏକ ବିବାଦୀୟ ବୟାନ ଦେଇଥିଲେ । କଙ୍କଡା ଡ୍ୟାମର କାନ୍ଥକୁ ଦୁର୍ବଳ କରିଦେଇଥିଲେ, ସେଥିପାଇଁ ଡ୍ୟାମ ଭୁଷୁଡିଲା ବୋଲି ସେ କହିଥିଲେ । ତେବେ ମନ୍ତ୍ରୀଙ୍କ ଏହି ବୟାନକୁ ବିରୋଧ କରି ମଙ୍ଗଳବାର ପୁନେରେ ଏନସିପି କାର୍ଯ୍ୟକର୍ତ୍ତା ତାଙ୍କ ଘର ବାହାରେ କଙ୍କଡା ଛାଡି ଦେଇଥିଲେ ।

ABOUT THE AUTHOR

...view details