ମୁମ୍ବାଇ: ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଜାରି ପରେ ଶିବସେନା-ଏନସିପି-କଂଗ୍ରେସ ସରକାର ଗଢିବା ପ୍ରସ୍ତୁତି ଜାରି ରଖିଛନ୍ତି । ଅନେକ ବୈଠକ, ଆଲୋଚନା, ବିଚାରବିମର୍ଷ ପରେ ତିନି ଦଳ ସାଧାରଣ ସର୍ବନିମ୍ନ କାର୍ଯ୍ୟକ୍ରମ(ସିଏମପି)ର ଡ୍ରାପ୍ଟ ତୈୟାର କରିସାରିଛନ୍ତି । ଏବେ ଏହାକୁ ହାଇକମାଣ୍ଡଙ୍କ ପାଖକୁ ପଠାଯିବ । ଏଥିରେ ମୋହର ବାଜିବା ପରେ ମହାରାଷ୍ଟ୍ରରେ ସରକାର ଗଠନ ପଥ ସ୍ପଷ୍ଟ ହୋଇଯିବ । ଏହାକୁ ନେଇ ଏନସିପି ପ୍ରମୁଖ ଶରଦ ପାୱାର ସୋନିଆ ଗାନ୍ଧୀଙ୍କୁ ଭେଟିପାରନ୍ତି ।
ଏହାଭିତରେ ଏନସିପି ନେତା ନାୱାଜ ମଲ୍ଲିକ ଗଣାମାଧ୍ୟମ ସାମ୍ନାରେ ଏନେଇ ବଡ ବୟାନ ଦେଇଛନ୍ତି । ଏନସିପି , ଶିବସେନା ସାମନାରେ ଅଢେଅ ବର୍ଷିଆ ମୁଖ୍ୟମନ୍ତ୍ରୀ ଆସନ ମାଗୁଥିବା ଚର୍ଚ୍ଚା ଉପରେ ସେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି । ସେ କହିଛନ୍ତି ମୁଖ୍ୟମନ୍ତ୍ରୀ ଶିବସେନାର ହେବ ଏହା ସ୍ଥିର ନିଶ୍ଚିତ ।