ବେଙ୍ଗାଲୁରୁ: ମହାରାଷ୍ଟ୍ର ରାଜନୀତିକୁ ନେଇ ରାଜନୈତିକ ମାହୋଲ ସରଗରମ ଥିବାବେଳେ ପୁଣିଥରେ ବିବାଦୀୟ ବୟାନ ଦେଇ ଚର୍ଚ୍ଚାକୁ ଆସିଛନ୍ତି ମହାରାଷ୍ଟ୍ର ଚନ୍ଦାଗଡ ବିଧାୟକ ରାଜେଶ ପାଟିଲ୍। ଏଥର ସେ ବେଲଗାଭୀ-ମହାରାଷ୍ଟ୍ର ସୀମା ବିବାଦକୁ ନେଇ ବୟାନ ଦେଇଛନ୍ତି।
ସୀମା ବିବାଦ ପ୍ରସଙ୍ଗ: ଏନସିପି ବିଧାୟକଙ୍କ ବିବାଦୀୟ ବୟାନ
ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ଏନସିପି ବିଧାୟକ ରାଜେଶ ପାଟିଲ । ମହାରାଷ୍ଟ୍ର-କର୍ଣ୍ଣାଟକ ସୀମା ବିବାଦକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି ସେ। ପଢନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ...
ମହାରାଷ୍ଟ୍ର-କର୍ଣ୍ଣାଟକ ସୀମା ବିବାଦ ପ୍ରସଙ୍ଗ
ବିଧାୟକ କହିଛନ୍ତି, ମହାରାଷ୍ଟ୍ରରେ ପୂର୍ବରୁ ଶାସନଗାଦିରେ ବସିଥିବା ସରକାର ସୀମା ବିବାଦ ସମାଧାନ ପାଇଁ କୌଣସି କାମ କରିନାହାଁନ୍ତି। ହେଲେ ଯେତେବେଳେ ମୋ ବାପା ବିଧାୟକ ଥିଲେ, ସେ ସମୟରେ ସୀମା ବାହାରେ ରହୁଥିବା ମରାଠି ଲୋକଙ୍କ ସ୍ମୃତିରେ ଶପଥ ନେଇଥିଲେ । ଯଦି କର୍ଣ୍ଣାଟକ ସୀମା ମହାରାଷ୍ଟ୍ର ପରିସରରେ ଆସିବ, ତାହାଲେ ମୁଁ ସେହି ସ୍ଥାନର ବିଧାୟକ ହୋଇଯିବି ବୋଲି ମରାଠି ସାହିତ୍ୟ ବୈଠକରେ ଯୋଗ ଦେଇ ଏପରି ମନ୍ତବ୍ୟ ଦେଇଛନ୍ତି ବିଧାୟକ ପାଟିଲ।