ମୁମ୍ବାଇ: ମହାରାଷ୍ଟ୍ରରେ କୋରୋନା ସ୍ଥିତି ସଙ୍କଟଜନକ ରହିଛି । ଏଥିପାଇଁ ରାଜ୍ୟର ବଡ ବଡ ବ୍ୟବସାୟିକ ପ୍ରତିଷ୍ଠାନ ଗୁଡିକ ବନ୍ଦ ରହିଛି । ରାଜ୍ୟର ଏଭଳି ସ୍ଥିତି ସମ୍ପର୍କରେ ଅବଗତ କରାଇବାକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଚିଠି ଲେଖିଛନ୍ତି ଏନସିପି ମୁଖ୍ୟ ଶରଦ ପୱାର । ଉକ୍ତ ଚିଠିକୁ ସେ ନିଜ ଟ୍ବିଟର ଆକାଉଣ୍ଟରେ ମଧ୍ୟ ସେୟାର କରିଛନ୍ତି ।
ଶରଦ ପୱାର ଚିଠିରେ ଲେଖିଛନ୍ତି ଯେ, ଦେଶର ଜିଡିପିରେ ରିୟଲ ଇଷ୍ଟେଟର ବହୁତ ବଡ ହାତ ରହିଥାଏ । କିନ୍ତୁ ଦେଶବ୍ୟାପୀ ଲକଡାଉନର ପ୍ରଭାବ ଏବେ ଏହି ରିୟଲ ଇଷ୍ଟେଟ କ୍ଷେତ୍ର ଉପରେ ବ୍ୟାପକ ମାତ୍ରାରେ ପ୍ରଭାବ ପଡିଛି । ପ୍ରାୟ 3 ମାସ ଧରି ଅଧିକାଂଶ କାମ ବନ୍ଦ ରହିଛି । ଶ୍ରମ ଅଭାବ ଏବଂ ବିକ୍ରି ନହେବା କାରଣରୁ କାରବାର ମଧ୍ୟ ବନ୍ଦ ରହିଛି । ପ୍ରକାଶ ଥାଉ କି, ଶରଦ ପୱାରଙ୍କ ପୂର୍ବରୁ କନଫେଡେରେସନ୍ ଅଫ୍ ରିୟଲ ଇଷ୍ଟେଟ୍ ଡେଭଲପର୍ସ ଆସୋସିଏସନ୍ ଅଫ୍ ଇଣ୍ଡିଆ (ସିଆରଇଜଡିଏଆଇ) ମଧ୍ୟ ଏ ବାବଦରେ ଏକ ଚିଠି ଲେଖି ସରକାରଙ୍କୁ ତୁରନ୍ତ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଥିଲା ।