ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଶରଦ ପାୱାର । ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଏନସିପି ମୁଖ୍ୟ ଶରଦ ପାୱାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ଚିଠି ଲେଖି କୋରୋନା ଭାଇରସ ସଙ୍କଟର ମୁକାବିଲା ପାଇଁ ମହାରାଷ୍ଟ୍ରକୁ ଉପଯୁକ୍ତ ଆର୍ଥିକ ସହାୟତା କରିବାକୁ କହିଛନ୍ତି ।
ମହାରାଷ୍ଟ୍ରକୁ ସ୍ବତନ୍ତ୍ର ପ୍ୟାକେଜ ପାଇଁ ମୋଦିଙ୍କୁ ଚିଠି ଲେଖିଲେ ଶରଦ ପାୱାର - ଶରଦ ପାୱାର
ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ମୁଖ୍ୟ ଶରଦ ପାୱାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ଚିଠି ଲେଖି କୋରୋନା ଭାଇରସ ସଙ୍କଟର ମୁକାବିଲା ପାଇଁ ମହାରାଷ୍ଟ୍ରକୁ ଉପଯୁକ୍ତ ଆର୍ଥିକ ସହାୟତା କରିବାକୁ କହିଛନ୍ତି ।
ଏକ ଚିଠିରେ ଶରଦ ପାୱାର ମହାରାଷ୍ଟ୍ରକୁ ଆର୍ଥିକ ପ୍ୟାକେଜ ଦେବାକୁ ଅନୁରୋଧ କରିଛନ୍ତି। ରବିବାର ଦିନ ଲେଖାଯାଇଥିବା ଏହି ଚିଠିରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ସମ୍ବୋଧିତ କରି ଶରଦ ପାୱାର କହିଛନ୍ତି, କୋରୋନା ମହାମାରୀ ଏବଂ ଲକଡାଉନ ଯୋଗୁଁ ମହାରାଷ୍ଟ୍ରର ଆନୁମାନିକ ଖର୍ଚ୍ଚ ମଧ୍ୟରେ ଏକ ଲକ୍ଷ କୋଟି ଟଙ୍କା ପାର୍ଥକ୍ୟ ରହିବ। ଏଭଳି ପରିସ୍ଥିତିରେ କେନ୍ଦ୍ର ସରକାର ମହାରାଷ୍ଟ୍ରକୁ ଏହି କ୍ଷତିର ଭରଣା ପାଇଁ ଏକ ସ୍ୱତନ୍ତ୍ର ପ୍ୟାକେଜ୍ ଦେବା ଉଚିତ୍।
ଏଥିସହ ପାୱାର ଚିଠିରେ କହିଛନ୍ତି, 2020-21 ପାଇଁ ମହାରାଷ୍ଟ୍ରର ବଜେଟ୍ 3,47,000 କୋଟି ଟଙ୍କା । କିନ୍ତୁ ଲକଡାଉନ କାରଣରୁ ସଂଶୋଧିତ ଆକଳନ ଅନୁଯାୟୀ ରାଜସ୍ବରେ 1.40 ଲକ୍ଷ କୋଟି ଟଙ୍କା ରାଜସ୍ୱ ହ୍ରାସ ପାଇବ। ଏହା ଆନୁମାନିକ ରାଜସ୍ୱର ପାଖାପାଖି 40 ପ୍ରତିଶତ ଅଟେ । ଏଥିପାଇଁ ରାଜ୍ୟ ଏକ ଗୁରୁତର ଆର୍ଥିକ ସଙ୍କଟ ମଧ୍ୟରେ ପଡିପାରେ ।