ମୁମ୍ବାଇ: ଅଭିନେତ୍ରୀ କଙ୍ଗନା ରାଣାଓ୍ବତଙ୍କ ବିରୋଧରେ ବିଏମସିର କାର୍ଯ୍ୟାନୁଷ୍ଠାନ ନେବା ଉଦ୍ଧବ ସରକାରଙ୍କୁ ପଡିଛି ଭାରି । ରାଷ୍ଟ୍ରୀୟ ସ୍ବୟଂସେବକ ସଙ୍ଘ ସମେତ ବିରୋଧି ବିଜେପି ଏବଂ ସୋସିଆଲ ମିଡିଆରେ କଡା ପ୍ରତିକ୍ରିୟା ପରେ କ୍ଷମତାସୀନ ମେଣ୍ଟ ସରକାର ସହଯୋଗୀ ଏନସିପି ମୁଖ୍ୟ ଶରଦ ପାଓ୍ବାର ମଧ୍ୟ ଏହି ନିଷ୍ପତ୍ତି ଉପରେ ଉଠାଇଛନ୍ତି ପ୍ରଶ୍ନ । ପାଓ୍ବାର କଙ୍ଗନାଙ୍କ ମୁମ୍ବାଇ ସ୍ଥିତ କାର୍ଯ୍ୟାଳୟରେ ବୁଲଡୋଜର ଚଳାଇବାକୁ ନେଇ କଡା ପ୍ରତିକ୍ରିୟା ଦେବା ସହ ଏହାକୁ ଅନାବଶ୍ୟକ କାର୍ଯ୍ୟାନୁଷ୍ଠାନର ଆଖ୍ୟା ଦେଇଛନ୍ତି ।
ବୁଧବାର ଆକ୍ରୋଶ ମୂଳକ ଭାବରେ ମହାରାଷ୍ଟ୍ର ସରକାରଙ୍କ ନିର୍ଦ୍ଦେଶ କ୍ରମେ ବିଏମସି କଙ୍ଗନା ରାଣାୱତଙ୍କ 15 ବର୍ଷ ପରିଶ୍ରମରେ ନିର୍ମାଣ ହୋଇଥିବା ମଣିକର୍ଣ୍ଣିକା ଅଫିସକୁ ମାଟିରେ ମିଶାଇଦେଇଥିଲା । ତାଙ୍କ ପ୍ରଡକ୍ସନ ହାଉସ ମଣିକର୍ଣ୍ଣିକା ଅଫିସ ବେଆଇନ ଭାବେ ନିର୍ମାଣ ହୋଇଥିବା ଦର୍ଶାଇ ପ୍ରଥମେ ବିଏମସି ନୋଟିସ୍ ଜାରି କରିବା ପରେ ଅଫିସ ଭାଙ୍ଗିବା କାର୍ଯ୍ୟାନୁଷ୍ଠାନ ଆରମ୍ଭ କରାଯାଇଥିଲା ।