ଓଡିଶା

odisha

ETV Bharat / bharat

ନିଷ୍ପତ୍ତି ବଦଳାଇଲେ ଶରଦ ପାଓ୍ବାର, ଯିବେନି ଇଡି ଅଫିସ

ମୁମ୍ବାଇ ପୋଲିସ କମିଶନରଙ୍କ ଅନୁରୋଧ ପରେ ଜିଦରୁ ଓହରିଛନ୍ତି ଏନସିପି ସୁପ୍ରିମୋ ଶରଦ ପାଓ୍ବାର । ଇଡି ଅଫିସରେ ହାଜର ନହେବା ଲାଗି ନିଷ୍ପତ୍ତି ନେଇଛନ୍ତି ।

ଫଟୋ ସୌଜନ୍ୟ: ଏଏନଆଇ

By

Published : Sep 27, 2019, 2:07 PM IST

ମୁମ୍ବାଇ: ଇଡି ଅଫିସରେ ହାଜର ନହେବାକୁ ଏନସିପି ସୁପ୍ରିମୋ ଶରଦ ପାଓ୍ବାରଙ୍କ ନିଷ୍ପତ୍ତି । ଆଇନ ବ୍ୟବସ୍ଥା ଭଙ୍ଗ ନହେବାକୁ ଚାହୁଁ ନଥିବା କହିଲେ ଶରଦ । ବ୍ୟାଙ୍କ ଘୋଟାଲାରେ କୋଣସି ନେଣଦେଣ ହୋଇନାହିଁ । ସମସ୍ତ ବିପକ୍ଷ ଦଳ ସାଥିରେ ଥିବା ପ୍ରତିକ୍ରିୟା ଦେଇଛନ୍ତି ସେ ।

ଇଡି ଅଫିସରେ ଶୁକ୍ରବାର ହାଜର ନହେବାକୁ ମୁମ୍ବାଇ ପୋଲିସ କମିଶନର ଶରଦ ପାଓ୍ବାରଙ୍କୁ ଭେଟି ଅପିଲ କରିଥିଲେ । ଧାରା 144 ଲାଗୁ ହୋଇଥିବାରୁ ତାଙ୍କୁ ଇଡି ଅଫିସ ନଯିବାକୁ ଉଭୟ ପୋଲିସ କମିଶନର ଓ ଯୁଗ୍ମ ପୋଲିସ କମିଶନର ଅନୁରୋଧ କରିଥିଲେ । ଶେଷରେ ଶରଦ ପାୱାର ନିଜ ଜିଦରୁ ହଟିବା ସହ ଇଡି ଅଫିସ ନଯିବାକୁ ନିଷ୍ପତ୍ତି ନେଇଛନ୍ତି ।

ABOUT THE AUTHOR

...view details