ନୂଆଦିଲ୍ଲୀ: ନ୍ୟାସନାଲ କମ୍ପାନୀ ଲ' ଅପିଲେଟ ଟ୍ରିବ୍ୟୁନାଲରୁ ଟାଟାର ମ୍ୟାନେଜମେଣ୍ଟକୁ ବଡ ଝଟକା ଲାଗିଛି । ବୁଧବାର ଏନସିଏଲଏଟି ସାଇରସ ମିସ୍ତ୍ରୀଙ୍କୁ ଟାଟା ସନ୍ସର ଚେୟାରମ୍ୟାନ ପଦରୁ ହଟାଯିବା ପ୍ରସଙ୍ଗକୁ ଅବୈଧ କହିଛି । ଏହାସହ ଟ୍ରିବ୍ୟୁନାଲ ସାଇରସଙ୍କୁ ପୁନର୍ବାର ଟାଟା ଗ୍ରୁପର ଏଗଜିକ୍ୟୁଟିଭ ଚେୟାରମ୍ୟାନ କରିବାକୁ ନିର୍ଦ୍ଦେଶ ଦେଇଛି । ଟାଟା ସନ୍ସ ବୋର୍ଡ ସାଇରସଙ୍କ ଉପରେ ଖରାପ ବ୍ୟବହାର ଅଭିଯୋଗ କରି ତାଙ୍କୁ ଚେୟାରମ୍ୟାନ ପଦରୁ ହଟାଇ ଦେଇଥିଲେ ।
ଟାଟାକୁ ଝଟକା, ପୁଣି ସାଇରସ ମିସ୍ତ୍ରୀ ହେବେ ଚେୟାରମ୍ୟାନ - ଟାଟାକୁ ଝଟକା
ନ୍ୟାସନାଲ କମ୍ପାନୀ ଲ' ଅପିଲେଟ ଟ୍ରିବ୍ୟୁନାଲରୁ ଟାଟାର ମ୍ୟାନେଜମେଣ୍ଟକୁ ବଡ ଝଟକା । ସାଇରସ ମିସ୍ତ୍ରୀଙ୍କୁ ପୁଣି ଟାଟା ସନ୍ସର ଚେୟାରମ୍ୟାନ କରିବାକୁ ନିର୍ଦ୍ଦେଶ ।
ଫାଇଲ ଫଟୋ
ପୂର୍ବରୁ 29 ଡିସେମ୍ବର 2012ରେ ସାଇରସଙ୍କୁ ଟାଟାର ଚେୟାରମ୍ୟାନ କରାଯାଇଥିଲା । ପରେ 2016ରେ ତାଙ୍କୁ ଏହି ପଦରୁ ହଟାଇ ଦିଆଯାଇଥିଲା । ଟାଟାର ଏହି ନିଷ୍ପତ୍ତି ବିରୁଦ୍ଧରେ ସାଇରସ ଏନସିଏଲଟିରେ ଅପିଲ କରିଥିଲେ । 2018ରେ ଏନସିଏଲଟି ସାଇରସଙ୍କ ଆବେଦନକୁ ଖାରଜ କରିବା ପରେ ସେ ଏହା ବିରୁଦ୍ଧରେ ଏନସିଏଲଏଟି ପହଞ୍ଚିଥିଲେ ।