ନୂଆଦିଲ୍ଲୀ: ଆଉ ଗୋଟିଏ ଦିନ ପରେ ଦେଶରେ ପାଳନ ହେବ ଗଣତନ୍ତ୍ର ଦିବସ । ଏଥିପାଇଁ ଜୋରଶୋରରେ ଜାରି ରହିଛି ପ୍ରସ୍ତୁତି । ଗଣତନ୍ତ୍ର ଦିବସ ପରେଡରେ ବିଭିନ୍ନ ରାଜ୍ୟର ପ୍ରଜ୍ଞାପନ ମେଢ ସାଙ୍ଗକୁ ପ୍ରଦର୍ଶିତ ହେବ ନାଚ ଗୀତ । ତେବେ ଏନେଇ ଅଭ୍ୟାସ ପର୍ଯ୍ୟାୟ ଚଳାଇଛନ୍ତି ଏନସିସି ଓ ଏନଏସଏସ କ୍ୟାଡେଟ୍ସ ।
ନରେନ୍ଦ୍ର ମୋଦିଙ୍କ ସାମ୍ନାରେ ନୃତ୍ୟ ପ୍ରଦର୍ଶନ କଲେ NCC କ୍ୟାଡେଟ୍ସ ଗଣତନ୍ତ୍ର ଦିବସରେ ସାମିଲ ହେବାକୁ ଯାଉଥିବା ଏନସିସି ଓ ଏନଏସଏସ କ୍ୟାଡେଟ୍ସମାନେ ଅଭ୍ୟାସ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାମ୍ନାରେ ନୃତ୍ୟ ପ୍ରଦର୍ଶିତ କରିଛନ୍ତି ।
ନରେନ୍ଦ୍ର ମୋଦିଙ୍କ ସାମ୍ନାରେ ନୃତ୍ୟ ପ୍ରଦର୍ଶନ କଲେ NCC କ୍ୟାଡେଟ୍ସ ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶର ସ୍ବାଧୀନତା ପାଇଁ ଆମେ ସର୍ବୋଚ୍ଚ ବଳିଦାନ କରିବାର ସୁଯୋଗ ପାଇଲୁ ନାହିଁ, କିନ୍ତୁ ଆମେ ନିଶ୍ଚିତ ଭାବରେ ଆମର ସର୍ବୋତ୍ତମ ଦେବାର ସୁଯୋଗ ଦେଇଛୁ। ଦେଶ ପାଇଁ ଆମେ ଯାହା କିଛି କରିପାରିବା, ଭାରତକୁ ମଜବୁତ କରିବା ଏବଂ ଏହାକୁ ଜାରି ରଖିବା ଉଚିତ ବୋଲି କହିଛନ୍ତି ମୋଦି ।
ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଗଣତନ୍ତ୍ର ଦିବସ ପରେଡ ଦେଶର ମହାନ ସାମାଜିକ-ସାଂସ୍କୃତିକ ଐତିହ୍ୟ ଏବଂ ଦେଶର ରଣତାନ୍ତ୍ରିକ ଶକ୍ତି ଆଗରେ ପ୍ରଣାମ କରେ । ବିଶ୍ବର ମହାନ ଗଣତନ୍ତ୍ରର କାର୍ଯ୍ୟ କରୁଥିବା ଆମ ସମ୍ବିଧାନକୁ ଏହି ପରେଡ ପ୍ରଣାମ କରେ ବୋଲି କହିଛନ୍ତି ମୋଦି ।
COVID-19 ଟfକାକରଣରେ ଦେଶକୁ ସାହାଯ୍ୟ କରିବାକୁ ଏନସିସି କ୍ୟାଡେଟ୍ସଙ୍କୁ ଅପିଲ କରିଛନ୍ତି ପ୍ରଧାନମନ୍ତ୍ରୀ । ସେ କହିଛନ୍ତି ଆପଣଙ୍କୁ ଗରିବ ଏବଂ ସାଧାରଣ ଜନତାଙ୍କୁ ସଠିକ ସୂଚନା ପ୍ରଦାନ କରିବାକୁ ପଡିବ । ଭୁଲ ତଥ୍ୟ ଏବଂ ଗୁଜବ ପ୍ରଚାର କରୁଥିବା ପ୍ରତ୍ୟେକ ସିଷ୍ଟମକୁ ଆମକୁ ପରାସ୍ତ କରିବାକୁ ପଡିବ ବୋଲି କହିଛନ୍ତି ମୋଦି ।