ନୂଆଦିଲ୍ଲୀ : ଏନସିସିର ସମ୍ପ୍ରସାରଣକୁ ସମ୍ପର୍କିତ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଏହା ଦ୍ବାରା ସୀମାନ୍ତ ଓ ଉପକୂଳବର୍ତ୍ତୀ ଅଞ୍ଚଳର ଯୁବପିଢିଙ୍କ ଆକାଂକ୍ଷାକୁ ପୂରଣ କରିବ । ସ୍ବାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଏନେଇ ଘୋଷଣା କରିଥିଲେ । ରବିବାର ଏହାକୁ ରାଜନାଥ ସିଂ ଅନୁମୋଦନ କରିଛନ୍ତି । ରାଜ୍ୟଗୁଡିକ ସହଭାଗିତାରେ ଏନସିସି ବିସ୍ତାର ଯୋଜନା କାର୍ଯ୍ୟକାରୀ ହେବ।
173 ସୀମା ଓ ଉପକୂଳବର୍ତ୍ତୀ ଜିଲ୍ଲାରୁ ସମୁଦାୟ 1 ଲକ୍ଷ କ୍ୟାଡେଟ ଏନସିସିରେ ଭର୍ତ୍ତି ହେବେ । ଯେଉଁଥିରେ ଏକ ତୃତୀୟାଂଶ କେବଳ ବାଳିକାଙ୍କୁ ସୁଯୋଗ ଦିଆଯିବ । ଏଥିପାଇଁ 1000ରୁ ଅଧିକ ସ୍କୁଲ ଓ କଲେଜ ଚୟନ କରାଯାଇଛି ଯେଉଁଠି ଏନସିସି ଆରମ୍ଭ ହେବ ।