ରାୟପୁର: ଲକଡାଉନବେଳେ ଲାଲବାହିନୀ ପୁଣି ତାଣ୍ଡବ ରଚିଛନ୍ତି । ଛତିଶଗଡରେ 7ଟି ଗାଡି ପୋଡି ଦେଇଛନ୍ତି ନକ୍ସଲବାଦୀ । ରାସ୍ତା କାମକୁ ବିରୋଧ କରି ଏପରି କାଣ୍ଡ ଭିଆଇଛନ୍ତି ନକ୍ସଲ ।
ଅତିରିକ୍ତ ଏସପି ଜିଏନ ବାଘେଲ ସୂଚନା ଦେଇଛନ୍ତି ଯେ ରାଜନନ୍ଦଗାଁରେ ଏହି ଘଟଣା ଘଟିଛି । ଏଠାରେ ରାସ୍ତା କାମ ପାଇଁ 7ଟି ଗାଡି ନିୟୋଜିତ ହୋଇଥିଲା । ତେବେ ନକ୍ସଲ ଏହାକୁ ବିରୋଧ କରି ଏହି ଗାଡି ସବୁ ଜଳାଇଦେଇଛନ୍ତି । ଲକଡାଉନ ଯୋଗୁଁ ସେଠାରେ କେହି ଉପସ୍ଥିତ ନଥିବାବେଳେ କାମ ବନ୍ଦ ଥିଲା । ଏହାର ଫାଇଦା ଉଠାଇ ଗାଡି ଜଳାଇ ଦେଇଛନ୍ତି ନକ୍ସଲ ।