ବିଜାପୁରରେ ନକ୍ସଲଙ୍କ ବର୍ବର କାଣ୍ଡ, ଅପହରଣ ପରେ କନେଷ୍ଟବଳଙ୍କୁ ହତ୍ୟା - ଅବସରପ୍ରାପ୍ତ କନେଷ୍ଟବଳଙ୍କୁ ହତ୍ୟା କଲେ ନକ୍ସଲ
ପ୍ରଥମେ ଅପହରଣ ଓ ଦିନକ ପରେ ଅବସରପ୍ରାପ୍ତ କନେଷ୍ଟବଳଙ୍କୁ ହତ୍ୟା କଲେ ନକ୍ସଲ। ଏଭଳି ଘଟଣା ଘଟିଛି ପଡୋଶୀ ଛତିଶଗଡର ନକ୍ସଲ ପ୍ରବଣ ବିଜାପୁର ଜିଲ୍ଲାରେ ଘଟିଛି। ଅଧିକ ଖବର ପଢନ୍ତୁ...
ରାୟପୁର: ଜଣେ ଅବସରପ୍ରାପ୍ତ କନେଷ୍ଟବଳଙ୍କୁ ଅପହରଣ କରିବା ପରେ ହତ୍ୟା କରିଛନ୍ତି ନକ୍ସଲ । ଏଭଳି ଘଟଣା ଦେଖିବାକୁ ମିଳିଛି ପଡୋଶୀ ଛତିଶଗଡର ବିଜାପୁର ଜିଲ୍ଲାରେ । ମୃତକ ହେଉଛନ୍ତି ବଳଦେବ ତାତୀ । ସୋମବାର ସନ୍ଧ୍ୟାରେ ତାଙ୍କୁ ଅପହରଣ କରି ନିଆଯାଇଥିଲା ।
ଏ ଘଟଣା ସମ୍ପର୍କରେ ଜଣାଇଛନ୍ତି ସ୍ଥାନୀୟ ଏସପି । ଏ ଘଟଣାକୁ ମୃତକଙ୍କ ଗ୍ରାମବାସୀ ପ୍ରତିବାଦ କରିବା ସହ ରାସ୍ତାରୋକ କରିଥିଲେ । ଏହା ସହିତ ତାଙ୍କ ପତ୍ନୀ, ମୃତକ ବଳଦେବଙ୍କୁ ଫେରାଇ ଦେବାକୁ ଅନୁରୋଧ କରିଥିଲେ । ବର୍ତ୍ତମାନ ଛତିଶଗଡରେ ଚାଲିଥିବା ପଞ୍ଜାୟତ ନିର୍ବାଚନ ଲଢିବା ପାଇଁ ଆଶାୟୀ ଥିଲେ ଅବସରପ୍ରାପ୍ତ କନେଷ୍ଟବଳଙ୍କ ସ୍ତ୍ରୀ । ଏହି କାରଣରୁ ନକ୍ସଲ ଏଭଳି କାଣ୍ଡ ଭିଆଇଥିବା ନେଇ ସନ୍ଦେହ କରାଯାଉଛି ।